ଭଜନ ସନ୍ଧ୍ୟାରେ କମ୍ପିଲା ଯାତ୍ରା ପଡିଆ…

ଫୁଲବାଣୀ : ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ଆଜି ଦ୍ୱାବିଂଶ ତମ ଦିବସରେ ଠାକୁରାଣୀ ଯାତ୍ରା ପଢିଆ ରେ ଭାବ ଓ ଭକ୍ତିମୟ ପରିବେଶ ଭିତରେ ଅଚ୍ଛନ୍ନ ହୋଇ ଯାଇଥିଲା l ପଞ୍ଚଦେବୀ ପଞ୍ଚଠାକୁରାଣୀ ଙ୍କର ଆଜି ବିଶ୍ରାମ ଦିବସ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଆୟୋଜିତ ଆଳତୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ସ୍ଥାୟୀ ନାରାୟଣୀ ମନ୍ଦିରରୁ ଏକ ସ୍ୱତନ୍ତ୍ର ପଟୁଆରରେ ଆଳତୀ ବାହିନୀ ଆସି ମାଙ୍କର ଆଳତୀ କରିଥିଲେ l ଭାବ ଓ ଭକ୍ତିମୟ ପରିବେଶ ଭିତରର ହଜାର ହଜାର ଶ୍ରଦ୍ଧାଳୁ ମାଙ୍କର ଦର୍ଶନ ସହ କରୁଣା ଲାଭ କରିଥିଲେ l ଆଳତୀ କାର୍ଯ୍ୟକ୍ରମ ପରେ ପରେ ପୂଜା ମଣ୍ଡପରେ ଘୁ ଉଦୟଗିରିର ଜଗନ୍ନାଥ ଭଜନ ସମିତି ତରଫରୁ ଭଜନ ପରିବେଷଣ ସ୍ଥାନୀୟ ପରିବେଶକୁ ବେଶ ଭାବ ଗମ୍ଭୀର କରିଥିଲା l ସବୁଦିନ ଭଳି ଆଜି ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାଇରାମ ପାତ୍ର ଓ ତାଙ୍କ ମା ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲା ବେଳେ ପଞ୍ଚ ଠାକୁରାଣୀଙ୍କ ମାର୍ଗଦର୍ଶକ ତଥା ମା କାଳୀ ସେବକ ଛତ୍ର ତରସ ଧରୁଥିବା ସେବକ,ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା l ସଂଯୋଜକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ସଭାପତି ପି ସୁଧାଂଶୁ ସେନାପତି, ଉପସଭାପତି ସୁଜିତ କୁମାର ବେହେରା, ସମ୍ପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ, ସମେତ ଯାତ୍ରା ପରିଚାଳନା ସମିତିର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଦ୍ୱିପହରରେ ଯୁବ ବ୍ଯବସାୟୀ ପ୍ରଶାନ୍ତ ସେନାପତିଙ୍କ ଦ୍ଵାରା କୋଲ୍ଡ ଡ୍ରିଂକ୍ସ ବଣ୍ଟନ କାର୍ଯ୍ୟକ୍ରମ ଶହ ଶହ ଲୋକଙ୍କ ତୃଷା ନିବାରଣରେ ସାହାର୍ଯ୍ୟ ହୋଇଥିଲା l ସେପଟେ ହାଇ ସ୍କୁଲ ପଡିଆରେ ପଡ଼ିଥିବା ମିନା ବଜାରରେ ପ୍ରବଳ ଭିଡ଼ ହେବା ସହ ଆଗାମୀ ଦିନରେ ବହୁ ମେଗା କାର୍ଯ୍ୟକ୍ରମ ହେବ ବୋଲି ସାଂସ୍କୃତିକ ସମ୍ପାଦକ ସୂଚନା ନ୍ଦେଇଛନ୍ତି l

nis-ad
Leave A Reply

Your email address will not be published.