ଗ୍ରାମ୍ୟ ସ୍ତରରେ ଋତୁସ୍ରାବ ସଚେତନତା ସପ୍ତାହ ପାଳିତ…


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡା, ଲୁଇସିଂ, ପାହିରାଜୁ, କୁଏର୍ମାଣ୍ଡୁ ଓ ପକାରି ପଂଚାୟାତର ୨୫ ଗୋଟି ଗ୍ରାମରେ ମଈ ମାସ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ,ଋତୁସ୍ରାବ ସଚେତନତା ସପ୍ତାହ ସ୍ୱାତୀ ଅନୁଷ୍ଠାନଙ୍କ ପରିଚାଳନା ରେ ପାଳନ କରାଯାଇଅଛି । ଗ୍ରାମ୍ୟ ସ୍ଥରରେ ବିଭିନ୍ନ ବର୍ଗର ଲୋକ ମାନଙ୍କ ଭିତରେ ଋତୁ ସ୍ରାବ ସମ୍ବଧିୟ ଅନ୍ଧବିଶ୍ୱାସ, କୁପ୍ରଥା ଓ ପରିଛନ୍ନତା ବିଷୟରେ ଆଲୋଚନା, ନାଟକ, ସଭା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଗ୍ରାମ ସ୍ତରରେ କିଶୋରୀ ଝିଅ ମାନେ ନିଜର ଅନୁଭୁତି କହିବା ସହିତ, ସମାଜରେ ହେଉଥିବା ଭେଦଭାବ ଉପରେ ଆଲୋକପାତ କରିଥିଲେ । କିଶୋରି ଝିଅ ମାନେ

ଋତୁସ୍ରାବ ବିଷୟକୁ ନେଇ ଗୀତ, ଚିତ୍ର ଓ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଝିଅ ମାନଙ୍କୁ ସାନିଟାରି ପ୍ୟାଡ ପ୍ରଦାନ କରିବା ସହିତ, ଏହାର ବ୍ୟବହାର ଓ ସ୍ୱଚ୍ଛତା ଉପରେ ବୁଝାଯାଇଥିଲା । ବିଭିନ୍ନ ଗ୍ରାମର ପାଖା ପାଖି ୩୦୦ଜଣ କିଶୋରୀ ବାଳିକା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ପଂଚାୟତ ପ୍ରତିନିଧି , ଅଙ୍ଗନୱାଡି , ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଯୋଗଦେଇ ତାଙ୍କର ସଚେତନତା ବାର୍ତ୍ତା ରଖିଥିଲେ । କିଶୋରୀ ବାଳିକା ମାନେ ଲୈାହ ବଟିକା ଖାଇ ରକ୍ତହିନତା ରୁ କିପରି ମୁକ୍ତ ହେବେ ସେଥିପ୍ରତି ସଚେତନ କରାଯାଇଥିଲା । ଏହି ଗ୍ରାମ୍ୟସ୍ତରର କାର୍ଯ୍ୟକ୍ରମକୁ ସ୍ୱାତୀର କ୍ଷେତ୍ରକର୍ମୀ ମାନସ ରଞ୍ଜନ ପ୍ରଧାନ, ବିନ୍ଧ୍ୟାରାଣି ପ୍ରଧାନ, ରଶ୍ମିତା ଘିବାଲା, ଅନୁପମା କହଁର, ଅପରାଜିତା ଜାନି, ମାଣିକ ବେହେରା ଓ ଗୈାତମ ମଲ୍ଲିକ ଏବଂ ବାଲନ୍ଦାପଡା ମା ଗୃହର ସଦଶ୍ୟାମାନେ ପରିଚାଳନା କରିଥିବା ବେଳେ,ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ସଂଯୋଜନା କରିଥିଲେ । କାଯ୍ର୍ୟକ୍ରମ ଗୁଡିକୁ ସଠିକ ଭାବରେ ପରିଚାଳନାରେ ସ୍ୱାତୀର ସଂପାଦକ ହରିଶଙ୍କର ରାଉତ ମାର୍ଗଦର୍ଶନ ଦେଇଥିଲେ ।

nis-ad
Leave A Reply

Your email address will not be published.