ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ କ୍ୟାମ୍ପେନ

ବାଙ୍ଗିରିପୋଷି : ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ କ୍ୟାମ୍ପେନ । ନିର୍ବାଚନୀ ସଭାରୁ ବିରୋଧୀଙ୍କୁ ଟାର୍ଗେଟ । କହିଛନ୍ତି, ବିରୋଧୀ ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି । ମୁଁ ସେମାନଙ୍କୁ ଜଣେଇବାକୁ ଚାହେଁ, ନବୀନ ବାବୁ ତାଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଯାଗାରେ ଆଦିବାସୀ ଭାଇଭଉଣୀମାନଙ୍କୁ ରଖିଛନ୍ତି ।

ଆଦିବାସୀମାନଙ୍କ କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାକୁ ସେ ବହୁତ ସମ୍ମାନ ଦିଅନ୍ତି । ବିରୋଧୀ ବିଜେପିକୁ ପଚାରିବେ, ଆପଣମାନେ କଳା, ସଂସ୍କୃତି, ଭାଷା ଓ ଭଗବାନଙ୍କ ପାଇଁ କିଛି କହିଛନ୍ତି କି ? ଆଦିବାସୀମାନଙ୍କୁ ଶାନ୍ତିରେ ଓ ଖୁସିରେ ରଖିବାକୁ ସେମାନଙ୍କ ଉପରୁ ଛୋଟ ବଡ଼ ୫୦ ହଜାର ପୋଲିସ କେଶ୍‍ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ ।

ବିରୋଧୀ ଭୋଟ ପାଇଁ ଆସିବେ, ମିଠା, ମିଠା କଥା କହିବେ । ଭୋଟ ସରିଗଲେ ଖୋଜିଲେ ବି ପାଇବେ ନାହିଁ । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଛନ୍ତି ପାଣ୍ଡିଆନ ।

nis-ad
Leave A Reply

Your email address will not be published.