ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ: ମୋଦୀ

ବାରିପଦା: ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ। ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିଲାଗି ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଆଜି ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ। ଦୁଇ ଥର ପଦ୍ମ ଦୁଇଗୁଣା ବିକାଶ। ତୃତୀୟ ଥର ପୁଣି ପୂର୍ଣ୍ଣ ବହୁମତ ମୋଦୀ ସରକାର ହେବା ନିଶ୍ଚିତ ହୋଇଯାଇଛି। ସାରା ଦେଶ ଏହି ନିର୍ଣ୍ଣୟ ନେଇସାରିଛି। ବାରିପଦାରେ ଆୟୋଜିତ ବିଜେପିର ବିଜୟସଂକଳ୍ପ ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା କୀଚକେଶ୍ବରୀଙ୍କୁ ସ୍ମରଣ କରିଥିଲେ। ଏହାଛଡ଼ା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ବି ପ୍ରଣାମ କରିଥିଲେ। ଓଡ଼ିଶାରେ ଆଜି ମୋର ଶେଷ ପ୍ରଚାର। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଏବେ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ଦେଉଛନ୍ତି କେନ୍ଦ୍ର ସରକାର। ଆଗାମୀ ୫ ବର୍ଷ ଯାଏ ଏମିତି ମାଗଣା ଚାଉଳ ମିଳିବ।  ଆଗାମୀ ୫ ବର୍ଷ ଭିତରେ ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥନୈତିକ ଶକ୍ତି ହେବ। ମୋଦୀ ସରକାର ଆପଣଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟ କରିବ। ବିଜେପି ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦେବ। ଓଡ଼ିଶାବାସୀ ଚାହାଁନ୍ତି ମୋଦୀ ଗ୍ୟାରେଣ୍ଟି।ବିଜେପି ସରକାର ଆପଣଙ୍କ ବିଜୁଳି ବିଲ୍‌ ଶୂନ କରିବ। ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ଧାନ କୁଇଣ୍ଟାଲ ୩୧ଶହ ହେବ। ବିଜେଡି ଉପରେ ଆପଣମାନେ ୨୫ ବର୍ଷ ଭରସା କଲେ। ବିଜେଡ଼ି ସବୁକ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା। ବିଜେଡି ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା। ବିଜେପି ଚାପରେ ବିଜେଡି ସେ ଆଇନ ପ୍ରତ୍ୟାହାର କରିଥିଲା। ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ ମୌକା ଛାଡ଼ିବନି। ଡିଏମ୍‌ଏଫରେ ହଜାର ହଜାର କୋଟି ଦେଇଛୁ, ବିଜେଡି ଘୋଟାଲା କଲା।

nis-ad
Leave A Reply

Your email address will not be published.