ପୁରୀ : ଚଳଚଞ୍ଚଳ ରଥଖଳା । ୧୮ଦିନରେ ପହଁଚିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ ଟି ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହା ବ୍ୟତୀତ ତିନି ରଥର ପ୍ରଥମ ଭୂଇଁ ଓରା ନିର୍ମାଣ ଶେଷ ହୋଇ ଏହାର ଉଭୟ ପାର୍ଶ୍ଵ ବିନ୍ଧ କାର୍ଯ୍ୟ ଚାଲୁ ରହିଛି । ସେହିପରି ତିନି ରଥର ସିଂହାସନର ଚଉପଟ କାର୍ଯ୍ୟ ଚାଲିଛି । ରୂପକାର ସେବକ ମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.