ପ୍ରଥମ ଦିବସରେ କଳସ ଯାତ୍ରା ଅନୁଷ୍ଠିତ
ଫୁଲବାଣୀ : ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ଠାକୂରଙ୍କର ଜନ୍ମ ଚତୁର୍ଦ୍ଦଶୀ ପାଳନ ଅବସରରେ ୨୫ ତମ ଚନ୍ଦନ ଯାତ୍ରା ତଥା ରଜତ ଜୟନ୍ତୀ ଜିରିଙ୍ଗିପଡା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଯାତ୍ରା ପଡ଼ିଆ ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଯାତ୍ରା ଚଳିତ ମେ ମାସ ୨୨/୫/ ୨୦୨୪ ଠାରୁ ଜୁନ ମାସ ୭/୬/୨୦୨୪ ପର୍ଯ୍ୟନ୍ତ ଚାଲିବ ବୋଲି ଯାତ୍ରା ପରିଚାଳନା କମିଟି ସଭାପତି ପାର୍ଥ ସାରଥୀ ବିଶ୍ୱାଳ ଠାରୁ ସୂଚନା ମିଳିଛି। ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଅବସରରେ ମହା ଆଡମ୍ବର ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ସମସ୍ତ ମାଆ ମାନେ ଯାତ୍ରା ପରିଚାଳନା ମହିଳା ବାହିନୀ ସଭାନେତ୍ରୀ ଆରତୀ ବେହେରା ଓ କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ୱରେ ସମସ୍ତେ ସ୍ଥାନୀୟ ସାଲୁଙ୍କି ନଦୀ କୁ ଯାଇ କଳସରେ ଜଳ ଭରି ପୂଜାର୍ଚ୍ଚନା କରି ନାରାୟଣୀ ମନ୍ଦିର ନିକଟରୁ କଳସ ଶୋଭାଯାତ୍ରା ବାଜା ବାଜଣା ନଦିଆ କୀର୍ତ୍ତନ ମଣ୍ଡଳୀ ପଟୁଆରରେ ବାହାରି ଫୁଲବାଣୀ ସହର ପରିକ୍ରମା କରି ନୃସିଂହ ମନ୍ଦିର ଠାରେ ପହଞ୍ଚି ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ କମିଟି ସଭାପତି ସୁଜିତ ବେହେରା,ଯାତ୍ରା ପରିଚାଳନା କମିଟି କାର୍ଯ୍ୟକାରୀ କମିଟି ସଭାପତି କରମ ବେହେରା, ଉପ ସଭାପତି ପାଞ୍ଚିଲ ବେହେରା, ସାଧାରଣ ସମ୍ପାଦକ ଦାରୁଣ କୁମାର ବେହେରା, ସମ୍ପାଦକ ବୈଦ୍ୟନାଥ ନାୟକ, ସାଂସ୍କୃତିକ ସମ୍ପାଦକ ବାବୁଲା ବେହେରା, ସହ ସମ୍ପାଦକ ମନୋଜ କୁମାର ବେହେରା,କୋଷାଧ୍ୟକ୍ଷ ଲଳିତ କୁମାର ବେହେରା, ସାଙ୍ଗଠନିକ ସମ୍ପାଦକ ମନୋଜ କହଁର, ଉପଦେଷ୍ଟା ପଙ୍କଜ କୁମାର ବେହେରା,ଦିନେଶ ବେହେରା, ବିକ୍ରମ ବେହେରା, ପାୟେଲ ବେହେରା,ଶିବଶଙ୍କର ବେହେରା,ବଳଦେବ ବେହେରା, ଙ୍କ ସମେତ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ନାୟକ,ବିକାଶ କହଁର ଏବଂ ମହିଳା ବାହିନୀ କମିଟି କାର୍ଯ୍ୟକାରୀ ସଭାପତି ରେସମା ବେହେରା, ଉପ ସଭାପତି ନିବେଦିତା ବେହେରା, ସାଧାରଣ ସମ୍ପାଦିକା ସୂର୍ଯ୍ୟକାନ୍ତି ନାୟକ, ସମ୍ପାଦିକା ମାମୀ ନାୟକ,ସାଙ୍ଗଠନିକ ସମ୍ପାଦିକା ବବିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମର ସମସ୍ତ ପୁରୁଷ ମହିଳା ଯାତ୍ରା ସୁଚାରୁ ରୂପେ ପରିଚାଳନା ହେବା ନିମନ୍ତେ ସହଯୋଗ କରିଥିଲେ। ଅପରାହ୍ନ ୨ଟା ସମୟରେ ଠାକୁର ଙ୍କର ମନ୍ଦିର ସମ୍ମୁଖରେ ନାଭିହୋମ ଏବଂ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
ଭକ୍ତଙ୍କ ନିମନ୍ତେ ପଣା ଏବଂ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତ ଠାକୁର ଙ୍କର କୃପା ଲାଭ କରିବା ପାଇଁ ଠାକୁରଙ୍କର ଜନ୍ମ ଚତୁର୍ଦ୍ଦଶୀ ରେ ମନ୍ଦିରକୁ ଆସି ପୂଜା ଅର୍ଚ୍ଚନା କରି ଦର୍ଶନ କରିଥିଲେ। ପୂଜା କାର୍ଯ୍ୟ ମନ୍ଦିର ପୂଜକ ଚିନ୍ତାମଣି ସାହାଣୀ ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ କରିଥିବା ବେଳେ ତାଙ୍କୁ ପୂଜା କାର୍ଯ୍ୟରେ ସହଯୋଗୀ ପୂଜକ ଭାବେ ପ୍ରକାଶ କହଁର,ଆଶ୍ୱିନୀ ନାୟକ,ମନୋଜ ନାୟକ, ମିଶ୍ର ନାୟକ ପୂଜକଙ୍କୁ ସହଯୋଗ କରିଥିଲେ। ଠାକୁର ଚତୁର୍ଦ୍ଦଶୀ ଅବସରରେ ମାଁ ନାରାୟଣୀ ଠାକୁରାଣୀ, ବ୍ରାହ୍ମଣୀ ଦେବୀ,ବରାଳଦେବୀ,ବ୍ୟାଘ୍ର ଦେବୀ,ଗ୍ରାମ ଦେବୀ ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ଙ୍କ ସମେତ ମା କାଳୀ ମନ୍ଦିରକୁ ବିଜେ କରିବା ଅବସରରେ ପୂଜାର୍ଚ୍ଚନା କରାଯାଇଥିଲା l ନୃସିଂହ ଠାକୁରଙ୍କର ଦର୍ଶନ ପାଇଁ ଦିନ ତମାମ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଜମିଥିବା ପରିଲକ୍ଷିତ ହୋଇଥିଲା। ଠାକୁର ଙ୍କର ଚନ୍ଦନ ଯାତ୍ରା ନିମନ୍ତେ ଠାକୁରଙ୍କର ମନ୍ଦିର ଏବଂ ଯାତ୍ରା ପଡ଼ିଆ ରାସ୍ତା ଘାଟ ଯାତ୍ରା ପରିଚାଳନା କମିଟି ପକ୍ଷରୁ ରଙ୍ଗ ବିରଙ୍ଗ ଆଲୋକ ମାଳାରେ ସଜିତ ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରାର ଆରମ୍ଭ ଦିବସ ଠାରୁ ଶେଷ ଦିବସ ପର୍ଯ୍ୟନ୍ତ ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ।