ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନପୁର ରୁ ଭାୟା ବିନିକା,ରାମପୁର ଦେଇ ଡୁଙ୍ଗୁରିପାଲି ରାସ୍ତା ପ୍ରଶସ୍ତି କରଣ କାମ ଚାଲିଛି । କାମ ମନ୍ଥର ଗତିରେ ଚାଲୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରାୟ ୧୨୮ କୋଟି ୮୫ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା କାମ ଦୀର୍ଘ ଦିନରୁ ଚାଲିଛି । ହେଲେ ବିଭାଗୀୟ ଉଚ୍ଚ ଅଧିକାରୀ ରାସ୍ତା କାମ ପ୍ରତି ଦୃଷ୍ଟି ଦେଉନଥିବାରୁ କାମ ମନ୍ଥର ଗତିରେ ଚାଲୁଥିବା ସହିତ ନିମ୍ନ ମାନର ମଧ୍ୟ ହେଉଥିବା ଅଭିଯୋଗ ହେଉଛି | ବିନିକା ସହରରେ ରାସ୍ତା କାମ ହେଉନଥିବାରୁ ଚାରିଚକିଆ ଯାନ ଗଲେ ଧୂଳି ଗୁଣ୍ଡରେ ଲୋକେ ଢାଙ୍କି ହେଇ ଯାଉଛନ୍ତି । ରାସ୍ତାରେ ବହୁ ମାତ୍ରା ରେ ବଡ଼ବଡ଼ ମାଲବାହୀ ଟ୍ରକ ଯାଉଛି । ରାସ୍ତାରେ ଟ୍ରକ ଗଲେ ଆଖପାଖ ଦୋକାନ ର ଲୋକେ, ବାଇକ ଆରୋହୀ ଏବଂ ପଥଚାରୀ ଧୂଳି ଧୂସରରେ ପୋତି ହୋଇ ପଡୁଛନ୍ତି । ବିନିକା ସହର ସମେତ ଵିଶାଲପାଲି ଛକ ପର୍ଯ୍ୟନ୍ତ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ରାସ୍ତା କାମ ନିର୍ମାଣ କରିବା ତ ଦୂରର କଥା ନିୟମିତ ଭାବରେ ରାସ୍ତା ରେ ପାଣି ମଧ୍ୟ ଦିଆଯାଉନାହିଁ । ଯଦି ଏଭଳି ଅବସ୍ଥା ଆଉ କିଛି ଦିନ ରହିବ ତେବେ ବିନିକା ଅଞ୍ଚଳବାସୀ ଆଗକୁ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବେ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି । ଏଭଳି ଅବସ୍ଥା ଯୋଗୁଁ ଅତ୍ୟନ୍ତ ଜରୁରୀ କାମ ନଥିଲେ ଆଖପାଖ ଗ୍ରାମର ଲୋକେ ବିନିକା ସହର କୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଥିଯୋଗୁଁ ସରକାର ଙ୍କ ପ୍ରତି ଜନସାଧାରଣ ଙ୍କ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି । ଚଳିତ ସାଧାରଣ ନିର୍ବାଚନ ରେ ଲୋକଙ୍କ ଅସନ୍ତୋଷ ର ପ୍ରଭାବ ରାଜ୍ୟ ସରକାର ଙ୍କୁ ଅଡୁଆରେ ପକାଇ ପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତେଣୁ ତୁରନ୍ତ ରାସ୍ତା ର ପ୍ରଶସ୍ତି କରଣ କାର୍ଯ୍ୟ ଶେଷ କରିବା ସହିତ ରାସ୍ତା କାମ ଚାଲୁ ରହିବା ପର୍ଯ୍ୟନ୍ତ ନିୟମିତ ଭାବରେ ରାସ୍ତାରେ ପାଣି ସିଞ୍ଚନ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post