ତ୍ରୟୋଦଶ ଦିବସରେ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରା…

ଫୁଲବାଣୀ : ଆଜି ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରାର ତ୍ରୟୋଦଶ ଦିବସ l ଏହି ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ସହ ମା ବରାଳ ଦେବୀ, ମା ବ୍ୟାଘ୍ର ଦେବୀ, ମା ବ୍ରାହ୍ମଣୀ ଦେବୀ, ମା ଗ୍ରାମ ଦେବତୀ ଏବଂ ସର୍ବାଗ୍ରେ ମା କାଳୀ ନଗର ଭ୍ରମଣରେ ବାହାରିଛନ୍ତି l ବିଭିନ୍ନ ଜାଗାରେ ବାଟ ପୂଜା ହୋଉଛି ଭକ୍ତଙ୍କ ଭିଡ ଧୀରେ ଧୀରେ ବଢ଼ି ବାରେ ଲାଗିଛି l ଆଜି ଗମ୍ଭୀରାରୁ ବାହାରି ଶ୍ରୀରାମ ନଗର ରାସ୍ତା ଦେଇ କାଚରା ସାହି ପୂଜା ସାରି, ହାଟପଦା ସ୍କୁଲ ଛକକୁ ବାହାରି ନୃସିଂହ ମନ୍ଦିର ଭୋଗ ଆଳତି ସାରି ନାରାୟଣୀ ରୋଡ୍ କାର୍ମେଲ ସ୍କୁଲ ପର୍ଯ୍ୟନ୍ତ ପୂଜା ପାଇଁ ଯିବେ । ସେଠାରୁ ପୂଜା ସାରି ଲକ୍ଷ୍ମୀ ନୃସିଂହ ବଜାର ଛକକୁ ଆସି ନୂଆ ସାହି ଭିତରକୁ ଯିବେ । ସେଠାରୁ ଭୋଗ ଆଳତୀ ସାରି ମୁଖ୍ୟ ରାସ୍ତାକୁ ଆସି ପ୍ରକୃତି ବିହାର ପୂଜା ପାଇଁ ଯିବେ । ସେଠାରୁ ପୂଜା ସାରି ଆପନା ବଜାର ପଛ ସାହି ରାସ୍ତା ଦେଇ ଆଇସିଆଇ ସିଆଇ ବ୍ୟାଙ୍କ ପାଖକୁ ପହଂଚି ଲକ୍ଷ୍ମୀ ମାର୍କେଟ୍ ରାସ୍ତା ଦେଇ ଗମ୍ଭୀରାକୁ ବିଜେ କରିବେ ।ଗତକାଲି ମା ଗମ୍ଭିରାରୁ ବାହରି ମୁଖ୍ୟ ରାସ୍ତା ଦେଇ ପୋଷ୍ଟାଲ କଲୋନି ଦେଇ କବର ଖାନା ସାହି, ଶ୍ରୀ ସାଇ ନଗର, ଚିଦାନନ୍ଦ ନଗର ଏବଂ ଶାସ୍ତ୍ରୀ ନଗର ଦେଇ ଯାତ୍ରା ପଡିଆ ଗମ୍ଭିରାକୁ ଫେରିଥିଲେ l ସନ୍ଧ୍ୟାରେ ମଣ୍ଡପରେ କନିଷ୍ଠ ବର୍ଗର ପିଲାମାନଙ୍କ ପାଇଁ ଡେନସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଭାବେ କଳାକାର ଅନନ୍ତ ଚରଣ ପରିଡାଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଆଜିର
ସାଂସ୍କୃତିକ କାର୍ଯ୍ୟକ୍ରମ
୧୩ ରୁ ୧୮ ବର୍ଷ ଛୁଆଙ୍କ ନୁର୍ତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି l ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ, କାବଲା ସେନାପତି, ଜଗନ୍ନାଥ ରାଜୁ, ସନିଆ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ l ସେହିପରି ମା ଙ୍କ ନଗର ଭ୍ରମଣରେ ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ମହେନ୍ଦ୍ର ସୁବୁଦ୍ଧି ଏବଂ ପୂଜକ ସନ୍ତୋଷ ଦାସ,ପିତାମ୍ବର ପଣ୍ଡା, ନୀଳକଣ୍ଠ ମିଶ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ଶ୍ରୀକାନ୍ତ ପଣ୍ଡା,ପ୍ରକାଶ ପାଢୀ ପ୍ରମୁଖ ସହଯୋଗ କରିଥିଲେ l ସେହିପରି ମାଁଙ୍କ ଚତୁଃପାର୍ଶ୍ୱରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ହ୍ୟୁମାନିଟ୍ ସଦସ୍ୟ ସଦସ୍ୟା ମାନେ ହାତକୁ ହାତ ଧରା ଧରି ହୋଇ ସୁରକ୍ଷା ଦେଉଥିବା ଦେଖିବାକୁ ମିଳୁଛି l ଫଳରେ ଆଜି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଆଗେଇ ଚାଲିଛି l

nis-ad
Leave A Reply

Your email address will not be published.