ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ସହଯୋଗରେ ସଫଳ କୁକୁଡ଼ା ଚାଷ…

ପାତ୍ରପୁର ୨୦/୫ : ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମ ପଞ୍ଚାୟତର ତିତିଗାଁ ଗ୍ରାମରେ ଥିବା ମାଁ ନାଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀଟି ୧୦ଜଣ ସଭ୍ୟ।ଙ୍କୁ ନେଇ ୨୦୧୭ ମସିହାରେ ଗଠନ କରାଯାଇଥିଲା । ବର୍ତ୍ତମାନ ଉକ୍ତ ଗୋଷ୍ଠୀଟି ମିଶନ ଶକ୍ତି , ପ୍ରାଣୀ ସମ୍ପଦ ବିକାଶ ବିଭାଗ , ସହଯୋଗରେ କୁକୁଡ଼ା ଚାଷ କରି ସଫଳ ଚାଷୀ ଭାବେ ପରିଗଣିତ ହୋଇଛନ୍ତି ଏବଂ ନିଜର ଲାଭ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।ଉକ୍ତ କୁକୁଡ଼ା ଚାଷର ସହାୟତା ରାଶି ୨,୮୮,୦୦୦/- ଟଙ୍କା। ବର୍ତ୍ତମାନ ଗୋଷ୍ଠୀଟି ୫,୦୦,୦୦୦ /- ଟଙ୍କା ଲାଭ ପାଇଥିବାରୁ ମିଶନ ଶକ୍ତି ଓ ପ୍ରାଣୀ ବିଭାଗକୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

nis-ad
Leave A Reply

Your email address will not be published.