ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମେଗା ରୋଡ ସୋ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ପୁଣିଥରେ ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ପୁନମା ଗେଟରୁ ଆରମ୍ଭ ହେବ ରୋଡ ଶୋ’ । ଏକାମ୍ର ଛକ ଯାଏଁ ମୁଖ୍ୟମନ୍ତ୍ରୀ ରୋଡ ଶୋ କରିବେ । ଅପରାହ୍ନ ୪ଟାରୁ ରୋଡ ଶୋ ଅରମ୍ଭ ହେବ ।

ତେବେ ଭୁବନେଶ୍ବରର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜରୁ ନବୀନଙ୍କ ରୋଡ ସୋ ଆରମ୍ଭ ହେବାକୁ ଥିବା ବେଳେ ଏହା ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ଶେଷ ହେବ। ସେଥିପାଇଁ କଟକଣା ଜାରି କରିଛି କମିଶନରେଟ ପୋଲିସ । ଅପରାହ୍ନ ୪ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । ଏହି ସମୟରେ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୭ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ । ରୋଡ ସୋ ବେଳେ ଜନସମୁଦ୍ର ପାଲଟିଲା ରାଜଧାନୀ । ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଲାଗି ରୋଡ ସୋ କରିଥିଲେ ନବୀନ ।ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ରୋଡ ସୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ ପରେ ଶିଶୁଭବନ ଛକରେ ଶେଷ ହୋଇଥିଲା । ଏଥିପାଇଁ ଏହି ସବୁ ଛକକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ କଟକଣା ଲାଗିଥିଲା ।

nis-ad
Leave A Reply

Your email address will not be published.