ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଖୁବ ଶୀଘ୍ର ଓଡ଼ିଶାରେ କରିବ ପ୍ରବେଶ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର ।  ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।  ଆଜି କୋମରିନ-ମାଳଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଦ୍ବୀପ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେଉଛି ।  ପ୍ରଭାବରେ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ହେଉଛି ।  ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତି ଆଗୁଆ ରହିଛି । ଏହା ପରେ କେରଳ ଆଡ଼କୁ ଅଗ୍ରସର ହେବ ମୌସୁମୀ । ଚଳିତ ଥର ନିର୍ଦ୍ଧାରିତ ସମୟ ଜୁନ ୧ ପୂର୍ବରୁ କେରଳ ଛୁଇଁବା ନେଇ କିଛି ଦିନ ତଳେ ପାଣିପାଗ ବିଜ୍ଞାନୀ ଆକଳନ କରିଥିଲେ ।

ସେପଟେ ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରାରମ୍ଭିକ ସ୍ତରରେ ଲଘୁଚାପ ଉତ୍ତରପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ।

nis-ad
Leave A Reply

Your email address will not be published.