ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସଆଇଟି ଟିମ

ଛତ୍ରପୁର : ଖଲ୍ଲିକୋଟ ହିଂସା ର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି l ଦକ୍ଷିଣାଞ୍ଚଳ ମହା ନିର୍ଦେଶକ ଜୟ ନାରାୟଣ ପଙ୍କଜ ଏହି ଟିମକୁ ତଦାରଖ କରିବେ ବୋଲି ଅତିରିକ୍ତ ଆରକ୍ଷୀ ମହା ନିର୍ଦେଶକ ଆର. କେ. ଶର୍ମା ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି l ଡ଼ିଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଏସଆଇଟି ଟିମ ରେ ୪ ଜଣ ଅଧିକାରୀ ଖଲ୍ଲିକୋଟ ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି l ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଯେଉଁମାନେ ବି ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଆରକ୍ଷୀ ମହା ନିର୍ଦେଶକ ଶ୍ରୀ ଶର୍ମା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଅନ୍ୟପଟେ ହିଂସା ଘଟିଥିବା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳିର ଶ୍ରୀ କୃଷ୍ଣ ଶରଣ ପୁର ଗ୍ରାମରେ କରାଯାଇଥିବା ସମସ୍ତ ବୁଥ କୁ ଅତି ସମ୍ବେଦନଶିଳ ବୁଥ କରାଯାଇଥିଲା l ଏବଂ ପ୍ରାୟ ବୁଥ କୁ ୱେବ କାଷ୍ଟିଙ୍ଗ ବ୍ୟବସ୍ଥା ହୋଇଛି l ସେହିପରି ୧୦ ଟି ବୁଥ ବ୍ୟବଧାନରେ କଡା ପେଟ୍ରୋଲିଙ୍ଗ କରିବା ଲାଗି ପୋଲିସ ପକ୍ଷରୁ ମୋବାଇଲ ପାର୍ଟି ଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି l ପ୍ରଚାରର ଶେଷ ଦିନ ପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ମହା ନିର୍ଦେଶକ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.