ଛତ୍ରପୁର ବଡ଼ ଷ୍ଟେସନ ଠାରେ ଲାଇନଚ୍ୟୁତ ହେଲା ମାଲବାହି ଟ୍ରେନ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ଼ ଷ୍ଟେସନ ଠାରେ ଲାଇନଚ୍ୟୁତ ହେଲା ମାଲବାହି ଟ୍ରେନ l ମାଲବାହି ଟ୍ରେନ ର ୩ ଟି ବଗି ଲାଇନ ଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି l ତେବେ ଟ୍ରେନରେ ଗିଟି ବୋଝେଇ ହୋଇଥିବା ବେଳେ କେଉଁ ଠାରୁ କେଉଁଠିକି ଯାଉଥିଲା ତାହା ସ୍ପଷ୍ଠ ହୋଇନାହିଁ l ଅନ୍ୟପଟେ ବ୍ରହ୍ମପୁର ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଟ୍ରେନ ଚଳାଚଳ ବନ୍ଦ ରହିଛି l ଛତ୍ରପୁର ବଡ଼ ଷ୍ଟେସନ ଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଟ୍ରେନ ଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି

nis-ad
Leave A Reply

Your email address will not be published.