ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁସ୍ ପୁର ରୁ ୫୦ ରୁ ଉର୍ଦ୍ଧ ପରିବାର ସାମାଜିକ ବାସନ୍ଦ ର ଶିକାର ହୋଇଥିବା ନେଇ ସ୍ଥାୟୀ ବିକାଶ ଲକ୍ଷ୍ୟର ଟିମ୍ ସହ ୫୦ ରୁ ଉର୍ଦ୍ଧ ଲୋକ ସହ ଆଜି ବ୍ରହ୍ମପୁର ଏସପି ଓ ଆଇଜି ଙ୍କୁ ସାକ୍ଷାତ କରିଛନ୍ତି । ଏହି ସାମାଜିକ ବାସନ୍ଦ ଭଳି କୁପ୍ରଥା କୁ ସମାଜରୁ ହଟାଇବା ଲାଗି ସହଯୋଗ କରିବେ।
ଗଂଜାମ ଜିଲ୍ଲା କୁକୁଡ଼ା ଖଣ୍ଡି ବ୍ଲକ୍ ଆଙ୍କୁସ ପୁର ଗ୍ରାମର ୫୦ ରୁ ଉର୍ଦ୍ଧ ପରିବାର ସମାଜରୁ ନିଆଁ ପାଣି ଓ ଜୀବନ ଜୀବିକା ରୁ ବଞ୍ଚିତ ଅଛନ୍ତି ।
ଆମକୁ ପ୍ରାୟ ପଚାଶ ବର୍ଷରୁ ସମୟ ହେଲା ଆମ ସମାଜ ସହିତ ଆମେ ଜଡ଼ିତ ଥିଲୁ ,ସମାଜ ର ସୁବିଧା ଓ ଅସୁବିଧା ସମେତ ସବୁ ଥିରୁ ଆମେ ସହଯୋଗ କରିଥିଲୁ ।
ଆମ ସମାଜରୁ ସାମାଜିକ,ଅର୍ଥନୈତିକ,ଅର୍ଥ ଦଣ୍ଡ, ଏବଂ ଗ୍ରାମରେ ଥିବା କୋଠ ଘର ହଣ୍ଡା ହାଣ୍ଡି ଓ ରୀତି ନୀତି ରୁ ବଞ୍ଚିତ କରିଛନ୍ତି ବୋଲି ୫୦ ରୁ ଉର୍ଦ୍ଧ୍ବ ପରିବାର ବ୍ରହ୍ମପୁର ଏସପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି।