ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ପ୍ରଚାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଏମପିଭି ୮ ୨ ଗ୍ରାମରେ ଆଜି ମାଲକାନଗିରି ବିଧାୟକ ପ୍ରାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀ ଙ୍କ ପାଇଁ ନିର୍ବାଚନୀ ପ୍ରଚାର ରେ ବିଜେପି ର ଷ୍ଟାର ପ୍ରଚାରକ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆସିଥିଲେ । ସେ ନିଜ ଅଭି ଭାଷଣରେ ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି ବୋଲି କହିଥି ଲେ । ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି | ଏଠି ବିଜେପି ସରକାର ହେଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ । ବେଙ୍ଗଲୀ ଗାଁ ଗୁଡିକର ନମ୍ବର ନାଁକୁ ନେଇ ସମାଲୋଚନା କରଥିଲେ ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି । ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ବିଜେପି ସରକାର ହେଲେ ଏଠି ବେଙ୍ଗଲୀ ଗ୍ରାମ. ଗୁଡିକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ବଦଳିଯିବ ।

ଛତିଶଗଡରେ ବିଜେପି ସରକାରରେ ଧାନ କିଣାଯାଉଛି ୩ ହଜାରରେ । ଏଠାରେ ବିଜେପି ସରକାର ଆସିଲେ ଧାନ କ୍ୱଣ୍ଟାଲ ୩୧୦୦ଟଙ୍କା ହେବ । ନବୀନ ବାବୁ ଦେଉଛନ୍ତି ୨୧ ଶହ , ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ । ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ମାଗଣା ଚାଉଳ ମୋଦି ଦେଉଛନ୍ତି । ନବୀନ ବାବୁ ଯାହା ଦେବାକଥା,କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି କହିଥିଲେ । ଏହି ସଭାରେ ବିଧାୟକ ପାର୍ଥି ନରସିଂହ ମାଡକାମୀ, ସାଂସଦ ପାର୍ଥି ବଳଭଦ୍ର ମାଝୀ ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, କମଲେସ ରାୟ, ସୁକୁମା ଜିଲ୍ଲା ବିଜେପି ସଭାପତି ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଙ୍କୁ ଭବାନୀ ମୁଖାର୍ଜୀ ପରିଚାଳନା କରିଥିଲେ । ଏହି ସଂକଳ୍ପ ସମାବେଶ ରେ ଉତ୍ତମ ଓଝା, ପ୍ରହଲ୍ଲାଦ ବସୁ, ସଞ୍ଜୟ ସରକାର, ରତ୍ନାକର ପାଣିଗ୍ରାହୀ, ରାଜ କିଶୋର ମଣ୍ଡଳ ଙ୍କ ସହ ବହୁ ସଂଖ୍ୟାରେ ଛତିଶଗଡ ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ।ସଭାରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବହଜାର କର୍ମୀ ଓ ଗାଁବାସୀ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.