ବିଜେପି ରାଜ୍ୟ ମୁଖପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ସ୍ଥାନୀୟ ସେନାପତି ରେସିଡେନ୍ସି ଠାରେ ବିଜେପି କନ୍ଧମାଳ ଲୋକସଭା ପାର୍ଥି ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କେନ୍ଦ୍ରରେ ଶାସନ କରୁଥିବା ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଜନମଙ୍ଗଳ କାରୀ ଯୋଜନା ବିଷୟରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ କି ଓଡ଼ିଶାରେ ଶାସନ କରୁଥିବା ସରକାର କିପରି ଅପାରଗ ସାଜିଛି ଓ କନ୍ଧମାଳର ବିକାଶରେ
ବାଧକ ସାଜିଛି। ବିଜେପି ରାଜ୍ୟ ମୂଖପାତ୍ର କହିବା ଅନୁସାରେ ଏଥର ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଓଡ଼ିଶାର ଜନସାଧାରଣ ଜାଣିସାରିଲାଣି କି ଓଡ଼ିଶାରେ ବିଜେପି ଓ କେନ୍ଦ୍ରରେ ବିଜେପି ସରକାର ଆସିଲେ ଓଡିଶା ସହିତ ଭାରତ ମଧ୍ୟ ସମୃଦ୍ଧ ହୋଇପାରିବ। ଓଡ଼ିଶାର ଲୋକମାନେ ମନ ବଳାଇଲେଣି କି ଏଥର ବିଜେପି ସପକ୍ଷରେ ମତ ରଖିବା ପାଁଇ ଏବଂ ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ସରକାର ଗଠନ କରିବା ପାଇଁ । ତେଣୁ ଏଥର ନିଶ୍ଚିନ୍ତ ବିଜେପି ଲୋକସଭା ଏବଂ ବିଧାନସଭା ପାର୍ଥି ବିଜୟଲାଭ କରିବା ସହିତ ନରେନ୍ଦ୍ର ମୋଦୀଙ୍କ ସରକାର ସାରା ଭାରତ ବର୍ଷରେ ବଜାୟ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା
ରଖିଥିଲେ । ଏଥି ସହିତ ବିଜେଡିର ୨୫ ଶାସନ ଭିତରେ କନ୍ଧମାଳରେ ବିପର୍ଯ୍ୟସ୍ତ ହୋଇଛି ସ୍ବାସ୍ଥ୍ୟସେବା, ଡାକ୍ତରଖାନା ରେ ସବୁ ବିଭାଗରେ ଡାକ୍ତର ନାହାନ୍ତି, କୋଉଠି ଆମ୍ବୁଲାନ୍ସ ନପାଇ ଗର୍ଭବତୀ ରାସ୍ତାକଡ଼ରେ ପ୍ରସବ କରୁଛି ତ ଆଉ କୋଉଠି ମେଡିକାଲରେ ଡାକ୍ତର ଅଭାବ ଯୋଗୁ ଯମ ଯନ୍ତ୍ରଣା ଭୋଗୁଛି ଜନନୀ।
ସ୍ମାର୍ଟ ସ୍କୁଲ ସ୍ମାର୍ଟ ଦୁର୍ନୀତି
ରୂପାନ୍ତରୀକରଣ ନାଁରେ ହରିଲୁଟ । ପୁରୁଣା କୋଠାରେ ନୂଆ ରଙ୍ଗ ଲଗେଇ ୩,୪୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି କରିଛି ବିଜୁ ଜନତା ଦଳ । ହାଇସ୍କୁଲ ଡ୍ରପ ଆଉଟ ରେଟରେ ବି ରେକର୍ଡ କରିଛି ଓଡ଼ିଶା ସେଥିରୁ ବାଦ ପଡିନି କନ୍ଧମାଳ l
ବିକାଶ ଏଠି ସାତ ସପନ ରାସ୍ତା ଅବସ୍ଥା ବେହାଲ, ଜୀବନ ନେଉଛି ସଡ଼କ ଦୁର୍ଘଟଣା। ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଜାତୀୟ ହାରଠାରୁ ବି ଅଧିକ। ଶ୍ରୀମନ୍ଦିରରେ ପୂରାଇ ଜଗନ୍ନାଥ ସଂସ୍କୃତିର ଅପମାନ କରିଛନ୍ତି ଏ ବିଜେଡି ନେତା।ରାଜ୍ୟରେ ୪,୩୦୦ରୁ ଉର୍ଦ୍ଧ୍ଵ ଶିକ୍ଷକ ଓ ଅଧ୍ୟାପକ ପଦବୀ ଖାଲି ପଡ଼ିଛି I ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ବୋଲି ବିଜେପି ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି lଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗବାନ ମହାନ୍ତି
ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳ ବେହେରା
ଲୋକସଭା ସଂଯୋଜକ ଜଗନ୍ନାଥ ସାହୁ, ଉପ ସଭାପତି ଅଜିତ କୁମାର ପଟ୍ଟନାୟକ,ବିଜେପି ଯୁବ ମୋର୍ଚ୍ଚା ସଭାପତି ଫୁଲବାଣୀର ମୁକ୍ତିକାନ୍ତ ମହାନ୍ତି, ତପନ ପାଢୀ, ସୁଧାଂଶୁ ଗୁରୁ,ଫୁଲବାଣୀ ବିଧାନସଭା ପାର୍ଥି ଉମା ଚରଣ ମଲ୍ଲିକ ପ୍ରମୁଖଙ୍କ
ସମେତ ବହୁ କର୍ମୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.