ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ନିର୍ବାଚନ


ଛତ୍ରପୁର : ଛତ୍ରପୁର ସ୍ଥିତ ଲକ୍ଷଣ ଭବନ ଠାରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ନିର୍ବାଚନକୁ ଛତ୍ରପୁର ଓକିଲ ସଂଘର ଆଡଭୋକେଟ ଟି. ସୁଶାନ୍ତ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିର୍ବାଚନକୁ ପରିଚାଳନା କରିଥିଲେ । ଓଡ଼ିଶା ରାଜ୍ୟ ଟାଏକୋଣ୍ଡୋ ସଙ୍ଘ ତରଫରୁ ଖୋର୍ଦ୍ଧା ଟାଏକୋଣ୍ଡୋ ସଂଘର ସମ୍ପାଦକ ଶ୍ରୀ ଅଜୟ କୁମାର ସାହୁ ନିର୍ବାଚନକୁ ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଅଛ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ବାଇ-ଲୋ ଅନୁସାରେ ୧୧ଟି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଘୋଷଣା କରାଯାଇଥିଲା। ଏହି ନିର୍ବାଚନ ପ୍ରକିୟାର ଜିଲ୍ଲା ଟାଏକୋଣ୍ଡୋ ସଂଘର ୧୨ ଟି ଅନୁବନ୍ଧିତ୍ କ୍ଲବରୁ ଦୁଇ ଜଣ ଲେଖାଏଁ ପ୍ରତିନିଧି କରିଥିଲେ । ନିର୍ବାଚିତ ସଦସ୍ୟମାନେ ହେଲେ ଡ଼ା. ଅନୀତା ମିଶ୍ର (ସଭାପତି), ଗୌରୀ ହର ପଣ୍ଡା ଓ କେ. ସନ୍ତୋଷ କୁମାର ରେଡ଼ି ( ଉଭୟ ଉପ-ସଭାପତି) କେ. ମନୋଜ ପ୍ରଧାନ ( ସାଧାରଣ ସମ୍ପାଦକ), ବାସୁ ନାୟକ ( ଯୁଗ୍ମ-ସଂମ୍ପାଦକ), ଇ. ଲଳିତ କୁମାର (କୋଷାଧ୍ୟକ୍ଷ) ପ୍ରାସାଦ ନାୟକ, ପି.ଚିରଞ୍ଜିବି ରେଡ଼ି, ଏନ. ଦୀନବନ୍ଧୁ ରେଡ଼ି, ଗଜାନନ ବେହେରା,ପି. ଅଭିମନ୍ୟୁ ରେଡ଼ି ପ୍ରମୁଖ ୫ଜଣଙ୍କୁ କାର୍ଯ୍ୟନିବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ବୋଲି ସଂଘ ଜଣାଇଛନ୍ତି ।
ନବ-ନିର୍ବାଚନ ସଦସ୍ୟମାନଙ୍କୁ ଓ.ଟି.ଏ. ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବ-ନିର୍ବାଚିତ ସଭାପତି ଡ଼ା. ଅନୀତା ମିଶ୍ର, ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ଖେଳର ଆହୁରି ମାନବୃଦ୍ଧି ତଥା ରାଜ୍ୟ,ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବୁ ବୋଲି ଦୃଢ଼ ମତବ୍ୟକ୍ତ କରି ରଖି ସମସ୍ତଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି ।।

nis-ad
Leave A Reply

Your email address will not be published.