ସୁବାସଙ୍କ ସହ ପ୍ରଚାର ଅଭିଯାନରେ ସାମିଲ ପ୍ରଶାନ୍ତ, ଯୋଡିଶଙ୍ଖରେ ଭୋଟ ଦେବା ନିମନ୍ତେ ନିବେଦନ

ସବୁଠି ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଓ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ

ଛତ୍ରପୁର : ବିଜୁ ଜନତା ଦଳ ପକ୍ଷରୁ ଲକ୍ଷ୍ମୀପୁର, ଟାଙ୍ଗଣାପଲ୍ଲୀ ଓ ନରେନ୍ଦ୍ରପୁର ପଞ୍ଚାୟତରେ ଜୋରଦାର ପ୍ରଚାର ହୋଇଯାଇଛି । ସବୁଠି ବିଜେଡି ଛତ୍ରପୁର ବିଧାୟକପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀଙ୍କ ନିମନ୍ତେ ବିପୁଳ ସମର୍ଥନ ମିଳିଛି । ଏହାସହିତ ପ୍ରଚାର ବେଳେ ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କୁ ବିଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଛି । ମଙ୍ଗଳବାର ଭାଜପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରଶାନ୍ତ କୁମାର କର ବୁଧବାର ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ସହିତ ପ୍ରଚାରରେ ସାମିଲ ହୋଇ ଘରକୁ ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବା ନିମନ୍ତେ ଲୋକଙ୍କୁ ଅନୁରୋଧ କରିଛନ୍ତି । ତିନୋଟି ପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ସୁବାସ ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ପ୍ରଚାର କରାଯାଇଥିଲା । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଭିଏଁ ସଙ୍କଳ୍ପ ନେବାକୁ ଆହ୍ୱାନ୍ ଦେଇଥିଲେ । ଏହାସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଜାୟ ରଖିବାକୁ ସହଯୋଗ କାମନା କରିଥିଲେ । ୧୯ ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ, ଯୁବସମାଜ ସେବୀ ସମ୍ବିତ୍ କୁମାର ସାହୁ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ବିଷୋୟୀ ଓ କୁମାରୀ ପ୍ରଧାନ, ସମିତିସଭ୍ୟ ମିନା କୁମାରୀ ସାହୁ, ବିଜେଡି ପଞ୍ଚାୟତ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ବରିଷ୍ଠ ନେତା କୋରା ମହାରଣା, ପୂର୍ବତନ ସମିତିସଭ୍ୟ ମାଗି ପ୍ରଧାନ, ଅମରେଶ ସାହୁ, ଅଶ୍ୱିନୀ ସାହୁ, ବିଜେଡି ଯୁବନେତା ଜ୍ୟୋତିରଞ୍ଜନ ସାହୁ, ସମିତିସଭ୍ୟା ସୋନାଲି ସେନାପତି, ଅଲିଅଳ ସେନାପତି, ବିଜୟ କୁମାର ପଣ୍ଡା, ମନୋଜ ମହାଙ୍କୁଡ, ଜଗନ୍ନାଥ ସାବତ, ଜୟଦେବ ବିଷୋୟୀ, କୃଷ୍ଣଚନ୍ଦ୍ର ପଣ୍ଡା, ଏସ. ସୁଦର୍ଶନ ରେଡ୍ଡୀ, ଜେ. ଉତ୍ତମ ରେଡ୍ଡୀ, କେ.ନାରାୟଣ ପାତ୍ର, ସରୋଜ ପାତ୍ର, ଡି.ଭାଗିରଥୀ ରେଡ୍ଡୀ, ଏ.ରଘୁନାଥ ପାତ୍ର , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ ଓ ଅଶୋକ କୁମାର ପାଣିଗ୍ରାହୀ, କାଳିପଲ୍ଲୀ ସମିତିସଭ୍ୟ ବିକାଶ କୁମାର ବେହରା, ଯୁବ ବିଜେଡି ଛତ୍ରପୁର ନିର୍ବାଚନମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ରାଜେଶ ମହାରଣା, କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ ଓ ଏନ.ଗିରୀଧର ରାଓଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ।
ସେହିପରି ସନ୍ଧ୍ୟାରେ ଛତ୍ରପୁର ପୌରପରିଷଦ ୮ ଓ ୧୩ ନଂ ୱାର୍ଡରେ ଉପାଧ୍ୟକ୍ଷ ଜି.ପାପା ରାଓ, କାଉନସଲିର କେ.ରମେଶ,ସୁମନ୍ତକୁମାର ନାହାକ, ଦେବାଶିଷ ମିଶ୍ର, ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ବି.ନିଶ୍ଚଳା , ଯୁବନେତା ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ ବହୁ ମିହାଳ ଓ ପୁରୁଷ କର୍ମୀ ସାମିଲ ହୋଇ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ୱାର୍ଡର ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ।

nis-ad
Leave A Reply

Your email address will not be published.