ବ୍ରହ୍ମପୁର: ୬-୫ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କୁ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ରେ ଆସିଥିଲେ। କୁଆଡ଼େ ଏଥର ଓଡିଶା ରେ ବିଜେପି ବୋଲି କହି କହି ଥକି ଗଲେଣି ବିଜେପି ଵାଲା ପୁଣି ଡ଼ବଲ ଇଞ୍ଜିନ ଓଡ଼ିଶାରେ ହେବ ବୋଲି ଦମ ଦେଖାଉଛି। ହେଲେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ନିକଟରେ ଯେତେବି ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନଙ୍କୁ ସୋ କରାଗଲା ଜଣେ ବି ଏଥର ଜିତିକି ଆସିଲେ ପ୍ରଧାନମନ୍ତ୍ରୀ ଙ୍କ ମର୍ଯ୍ୟାଦା ରହିଯିବ ବୋଲି ଆସିଥିବା କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ଙ୍କ ପାଖରେ କୌଣସି ମୁଦ୍ଧା ନଥିବା ଯୋଗୁଁ କେବଳ ରାମଲାଲା ଓ ଜଗନ୍ନାଥ ଙ୍କ ନାମ ନେଇ ଲୋକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରି ଥିବା ଦେଖିବାକୁ ମିଳିଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ପାଣ୍ଡିଆନ ଙ୍କ ବିରୋଧ ରେ ସିଧା କୌଣସି ଟିପଣି ଦେଇନଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଙ୍କ ପାୱାର ସୋ କରିବାକୁ ଲୋକଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରୁ ଲୋକ ଭୁଆଁ ଯାଇଥିଲା। ହେଲେ ନିର୍ବାଚନ ମାହୋଲ ବହୁ ଆଡମ୍ବରେ ଲଘୁ କ୍ରିୟା ଭଳି ଦେଖିବାକୁ ମିଳିଥିଲା। ମୋଦି ତାଙ୍କ ଭାଷଣ ରେ ଉଭୟ କଂଗ୍ରେସ ଓ ବିଜେଡି କୁ ଟାର୍ଗେଟ କରିଥିଲେ ଏବଂ ଆସନ୍ତା ଜୁନ ଚାରି ତାରିଖ ହେଉଛି ବିଜେଡି ର ଏକ୍ସପାଇ ତାରିଖ ଏବଂ ଜୁନ ଦଶ ତାରିଖ ହେଉଛି ବିଜେପି ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଉତ୍ସବ ତେଣୁ ଜନ ସାଧାରଣ ଙ୍କୁ ନିବେଦନ ଓ ନିମନ୍ତ୍ରଣ କରିଥିଲେ ଏହି ଶପଥ ସମାହାର କୁ ଆସିବାକୁ l ମୋଦିଙ୍କ ଭାଷଣ ଶୁଣିବାକୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନେକ ଲୋକ ଆସିଥିଲେ କିନ୍ତୁ ସେହି ଉତ୍ସାହ ଲୋକଙ୍କୁ ମିଳି ନଥିଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ତଳ ଦିନେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଯାହା ସବୁ କହିଥିଲେ ତାହାକୁ ରିପିଟ ହିଁ କଲେ ମୋଦି ଏବଂ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ଏବଂ ବିଜେଡି ଉପରେ ବର୍ଷି ଥିଲେ ବିଜେଡି ସରକାର ଅସ୍ତ ହୋଇ ଗଲାଣି ବୋଲି କହିଥିଲେ କିନ୍ତୁ ନବୀନ ପଟ୍ଟନାୟକ କିମ୍ବା ପାଣ୍ଡିଆନ ଙ୍କ ନା ବି ଧରି ନଥିଲେ ଯାହାକି କର୍ମୀ ଓ ନେତାଙ୍କୁ ନିରାଶ କରିଥଲା ପରି ମନେ ହେଲା l ମୋଦିଙ୍କ ପାୱାର ସୋ କୁ ମାତ ଦେବା ପାଇଁ ଆଜି ସନ୍ଧ୍ୟା ରେ ପାଣ୍ଡିଆନଙ୍କ ପାୱାର ସୋ ର ଆୟୋଜନ ଗୋପାଳପୁର ରେ ହେବ ବୋଲି ଚର୍ଚ୍ଚା ହେଉଛି। ଆଜି ପ୍ରଧାନମନ୍ତ୍ରୀ ବେ ରୋଜଗାରୀ, ବେକାରୀ, ଦରଦାମ ବୃଦ୍ଧି, ସାଙ୍ଗକୁ ଲୋକଙ୍କୁ ସୁହାଇଲା ଭଳି କୌଣସି କଥା କହିନଥିବା ଜଣାପଡିଛି। ମ୍ୟାଚ ଫିକିସିଙ୍ଗ ଯୋଗୁଁ ସବୁ ରେସ ରେ ହାରିବା ଘୋଡ଼ା କୁ ମଇଦାନ ରେ ବିଜେପି ଓହ୍ଲାଇଛି ବୋଲି ରାଜନୈତିକ ପଣ୍ଡିତ ମାନେ ଆଲୋଚନା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.