ଛତ୍ରପୁର : ଛତ୍ରପୁର ବିଧାନସଭା ଆସନ ନିମନ୍ତେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା ଗାଁ ଗାଁ ପ୍ରଚାର କରି ଲୋକଙ୍କୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ମହତ୍ ବୁଝାଇ ଥିବା ଦେଖିବାକୁ ମିଳିଛି। ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ଓ ନିଜେ ବିଧାୟକ ପ୍ରାର୍ଥୀ ଭାବେ ଦୁଇ ଜଣଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିଜୟ କରିବା ନିମନ୍ତେ ଜନ ସାଧାରଣଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି । ଦେଶ ତଥା ଓଡ଼ିଶା ରାଜ୍ୟର ନ୍ୟାୟ ଓ ଜନସାଧାରଣଙ୍କ ଅଧିକାରକୁ ପାଇବା ପାଇଁ ଏକ ମାତ୍ର କଂଗ୍ରେସ ନିଃସ୍ଵାର୍ଥପର ଭାବେ କାମ କରି ଆସୁଛି । ଚଳିତ ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ୱନ୍ଧରେ ଏକ ଗ୍ୟାରେଣ୍ଟି କାର୍ଡ ପ୍ରସ୍ତୁତି କରାଯାଇଛି ।
ଏଣୁ କଂଗ୍ରେସ ଦଳକୁ ପୁଣି ଥରେ ସୁଯୋଗ ଦେବା ଲାଗି ଲୋକସଭା ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଙ୍କୁ ହାତ ଚିହ୍ନରେ ମୋହର ଦେଇ ଜୟ ଯୁକ୍ତ କରାଇବା ନେଇ ଭାଗିରଥି ବେହେରା ସମସ୍ତ ଜନସାଧାରଣଙ୍କ ପାଖରେ ଅନୁରୋଧ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.