ନିର୍ବାଚନ ପରେ ପାଣ୍ଡିୟାନ୍ ଓଡ଼ିଶାରେ ରହିବେ ତ ? : ବିଜେପି

ବ୍ରହ୍ମପୁର, ୨/୫ : ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ ତାମିଲନାଡୁର ପୂର୍ବତନ ପ୍ରଶାସନ ଅଧିକାରୀ, ଓଡ଼ିଶା ସରକାର ଅଧିନରେ କାମ କରିଥିବା ପାଣ୍ଡିୟାନ୍ ମହାଶୟ ନିର୍ବାଚନ ପରେ ପ୍ରଦୀପ ପାଣିଗ୍ରାହୀ ଜେଲ ଯିବା କହିବା ଏକ ଗଭୀର ରାଜନୈତିକ ଚକ୍ରାନ୍ତକୁ ଇଙ୍ଗିତ କରୁଛି । ରାଜ୍ୟ ସରକାରଙ୍କ ଦ୍ଵାରା ପୂର୍ବରୁ ମିଥ୍ୟା ମକଦ୍ଦମାରେ ଛନ୍ଦି ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ମୁଷ୍ଟିମେୟ ବିଜେଡ଼ି ନେତା ଓ ପ୍ରଶାସନିକ ଅଧିକାରୀ ମିଥ୍ୟା ମକଦ୍ଦମା ଦେଇ ଜେଲ୍ ପଠାଇଥିବା ଗତ କାଲି ପାଣ୍ଡିୟାନଙ୍କ କଥାରୁ ସ୍ୱଷ୍ଠ ଅନୁମେୟ । ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଆଇନକୁ ସବୁବେଳେ ସମ୍ମାନ ଦେଇ ଆସୁଛନ୍ତି । ବିଜେଡ଼ିର ବହୁ ନେତା ମାଳ ମାଳ ମାମଲାରେ ଛନ୍ଦି ହୋଇଛନ୍ତି,ତାର ମାନେ ନାହିଁ ଯେ ସେମାନେ ଅପରାଧୀ । ଭାରତୀୟ ଆଇନ ବ୍ୟବସ୍ଥାର ପ୍ରକ୍ରିୟାରେ ଜଣେ ଦୋଷୀ ସାବ୍ୟସ୍ଥ ନ ହେବା ଯାଏଁ ଦୋଷୀ ନୁହେଁ । ଏହି ପରିପରେକ୍ଷୀରେ ବିଜେଡ଼ି ନେତା ମାନେ ପ୍ରଦୀପ ପାଣିଗ୍ରାହୀ କୋର୍ଟର ବାଇଦାକୁ ଯାଉ ନାହାନ୍ତି, କୋର୍ଟକୁ ସମ୍ମାନ ଦେଉନାହାନ୍ତି କହିବା ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ । ଆଇନର ପ୍ରକ୍ରିୟା କଣ ହେବ, ନ ହେବ ତାହା ବିଚାର ବିଭାଗୀୟ ବ୍ୟବସ୍ଥା ଓ ଓକିଲ ନିର୍ଦ୍ଧାରଣ କରିବେ, ବିଜେଡ଼ି ନେତା ମାନେ କେବଳ ଖାଲିରେ ହାରିଯିବା ଭୟରେ ଏଭଳି ଚିତ୍କାର କରୁଛନ୍ତି । ତାମିଲନାଡୁର ଜଣେ ବ୍ୟକ୍ତି ବାରମ୍ବାର ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କୁ ବିଦ୍ରୁପ ପାରୁଥିବା ବେଳେ ବିଜେଡ଼ି ନେତା ମାନେ ତାଳି ମାରି ତାକୁ ସ୍ଵାଗତ କରିବା ଭବିଷ୍ୟତ ବଂଶଧର କେବେ କ୍ଷମା ଦେବେ ନାହିଁ, ଯଦି ଓଡ଼ିଶାରୁ ବିଜେଡ଼ି ସରକାର ହଟିବ ତେବେ ପାଣ୍ଡିୟାନ୍ ଓଡ଼ିଶାରେ ରହିବେ କି ବୋଲି ବ୍ରହ୍ମପୁର ଲୋକସଭା କ୍ଷେତ୍ର ନିର୍ବାଚନ କାର୍ଯ୍ୟାଳୟ ଠାରେ ବ୍ରହ୍ମପୁର ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପିତବାସ ପଣ୍ଡା,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ ପ୍ରମୁଖ ପ୍ରଶ୍ନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ବିଧାନସଭା ମିଡ଼ିଆ ସଂଯୋଜକ ଜି.ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ନେତା ମଞ୍ଚାସୀନ ଥିଲେ । ସୁନିଲ କୁମାର ସାହୁ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ, ଭାରତୀୟ ଜନତା ପାର୍ଟି ।

nis-ad
Leave A Reply

Your email address will not be published.