କନ୍ଧମାଳ ବିଜେଡି ପକ୍ଷରୁ ଲୋକସଭା ପାର୍ଥି ଡଃ ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାନସଭା ପାର୍ଥି ପାଇଁ ଜୟଶ୍ରୀ କହଁର ନାମାଙ୍କନ ପତ୍ର ଦାଖଲ…


ଫୁଲବାଣୀ : ଆଜି ନାମାଙ୍କନ ପତ୍ର ଦାଖଲର ସପ୍ତମ ଦିବସ l ୨୦୨୪ ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ପାର୍ଥି ନିମନ୍ତେ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଓ ଫୁଲବାଣୀ ବିଧାନସଭା ପାର୍ଥି ପାଇଁ ଜୟଶ୍ରୀ କହଁର ନାମାଙ୍କନ ପତ୍ର ଦାଖଲ କରିଥିଲେ l ସ୍ଥାନୀୟ ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ କନ୍ଧମାଳ ବିଜେଡି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବାଜା ବାଜଣା ନାରାବାଜି ଦେଇ ହଜାର ହଜାର ସଂଖ୍ୟାରେ ତାଙ୍କର ସମର୍ଥକ ସହ ଫୁଲବାଣୀ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲପାଳ ଆଶିଷ୍ ଇଶ୍ଵର ପାଟିଲଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ପାର୍ଥି ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ତାଙ୍କର ପ୍ରସ୍ତାବକ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ସେହିପରି ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ଜୟଶ୍ରୀ କହଁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ତାଙ୍କର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଅନ୍ୟ ମାନଙ୍କ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କିଶୋର ଛୋଟରାୟ,ଜିଲ୍ଳା ସଭାପତି ଅଙ୍ଗଦ କହଁର,ସରୋଜ କର୍ଣ୍ଣ, ନଗର ସଭାପତି ବିମଳ ପାଢୀ, ସମ୍ପାଦକ କମଳ ବେହେରା, ରାଧା ମୋହନ ମହାପାତ୍ର, ଆଇନଜିବୀ ସତ୍ୟ ନାରାୟଣ ବେହେରା, ପ୍ରତାପ ବେହେରା,ପୁନମ କହଁର, ପ୍ରମୂଖ ଉପସ୍ଥିତ ଥିଲେ l ସେହିପରି ନେଶନାଲ ଆପନା ପାର୍ଟୀ ପକ୍ଷରୁ ସୁଶୀଳା ତ୍ରିପାଠୀ ତାଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କ ସହ କନ୍ଧମାଳ ଲୋକସଭା ପାର୍ଥୀ ନିମନ୍ତେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି l ଅନ୍ୟ ଜଣେ କନ୍ଧମାଳ ଲୋକସଭା ପାର୍ଥୀ ବହୁଜନ ସମାଜ ପାର୍ଟୀ ପକ୍ଷରୁ ହରି ବନ୍ଧୁ ବେହେରା ତାଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଆଜିର ସପ୍ତମ ଦିବସରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଚିତ୍ତ ରଞ୍ଜନ ମହାନ୍ତ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.