ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଦଧିବାମନ ମନ୍ଦିରର ପରିସର ମଧ୍ୟରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣ ସମିତିର ଏକ କାର୍ଯ୍ୟକାରିଣୀ ବୈଠକ ସଙ୍ଘ ସଭାପତି ପିତାମ୍ବର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବାର୍ଷିକ ସଭ୍ୟ ଶୁଳ୍କ ପ୍ରତି ବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା ଜିଲ୍ଲା/ବ୍ଲକ ସମିତି ର କୋଷାଧ୍ୟକ୍ଷ କିମ୍ବା ସମ୍ପାଦକଙ୍କ ପାଖରେ ଜମା ଦେଇ ରସିଦ ନେବା ସହିତ ଆଜି ପର୍ଯ୍ୟନ୍ତ ବକେୟା ଥିବା ସଭ୍ୟ ଶୁଳ୍କ ୨୦୨୪ ମେ ମାସ ଶେଷ ସୁଦ୍ଧା ପୈଠ କରିବା ନିମନ୍ତେ ଜିଲ୍ଲାର ସମସ୍ତ ବ୍ରାହ୍ମଣ ଭାଇଙ୍କୁ ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ବ୍ରାହ୍ମଣ ସମିତି ପରିସର ମଧ୍ୟରେ ନିର୍ମାଣଧିନ କର୍ମ କାଣ୍ଡ ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ନିମନ୍ତେ ଜିଲ୍ଲାର ପ୍ରତ୍ୟେକ ବ୍ରାହ୍ମଣ ପରିବାରଙ୍କର ଅନୁଦାନ ସହଯୋଗ କରିବା ନିମନ୍ତେ ମଧ୍ଯ ଅନୁରୋଧ କରାଯାଇଥିଲା ।କୋଣ ଅନୁକୋଣର ପ୍ରତ୍ୟେକ ବ୍ରାହ୍ମଣ ପରିବାର ବ୍ଲକ ସମିତି ମାଧ୍ୟମରେ ଅନୁଦାନ ପ୍ରଦାନ କରିବେ କର୍ମକାଣ୍ଡ ବିଦ୍ୟାଳୟ ନିର୍ମାଣ ଅନୁଦାନ ସଂଗ୍ରହ ନିମନ୍ତେ ପ୍ରତ୍ୟେକ ବ୍ଲକ ସଭପତି ବୈଠକ ଅନୁଷ୍ଠିତ କରି ଜୁନ ମାସ ଶେଷ ସୁଦ୍ଧା ଗୃହ ନିର୍ମାଣ କରି କମିଟିକୁ ଦେଲେ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଗୃହର ଛାତ କାମ ସରିବା ନେଇ ନିଷ୍ପତି କରାଗଲା lକର୍ମକାଣ୍ଡ ବିଦ୍ୟାଳୟର ଛାତ ପଡ଼ିବା ପରେ ଜିଲ୍ଲା ସମ୍ମିଳନୀ କରିବା ନିମନ୍ତେ ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଥିଲା । ସଦସ୍ୟତା ଫର୍ମ ପୂରଣ କରି ତୁରନ୍ତ ଫେରସ୍ତ କରିବା ନିମନ୍ତେ ପ୍ରତ୍ୟେକ ବ୍ଲକ୍ ଏବଂ ଫୁଲବାଣୀ ନଗରର ଦାୟିତ୍ଵ ନେଇଥିବା ଭାଇମାନଙ୍କୁ ଅନୁରୋଧ କରାଯାଇଥିଲା ଶତାଧିକ ବ୍ରାହ୍ମଣ ଉକ୍ତ ବୈଠକରେ ଯୋଗ ଦେଇଥିଲେ l ଶେଷରେ ସଙ୍ଘର ଜିଲ୍ଲା ସମ୍ପାଦକ ଶ୍ରୀ ବାଉରି ବନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରି ଜିଲ୍ଲା ସମ୍ପାଦକ ସଭା ସାଙ୍ଗ କରିଥିଲେ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବ୍ରାହ୍ମଣ ସମାଜ ପକ୍ଷରୁ ପଣା ବଣ୍ଟନ କରାଯିବା ପରେ ପ୍ରସାଦ ସେବନ ବ୍ଯବସ୍ଥା କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.