ବଢୁଛି ନିର୍ବାଚନୀ ହିଂସା : ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକକୁ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ

ବ୍ରହ୍ମପୁର : ଗତକାଲି ରାତିରେ ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମରେ ମଣ୍ଟୁ ସାହୁ ନାମକ ଜଣେ ଯୁବକକୁ ଖଣ୍ଡାରେ ହାଣି ଦୁର୍ବୁତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଖବର ପାଇ ଘଟଣା ସ୍ଥଳେ ସଦର ଥାନା ପୁଲିସ ପହଁଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ନିର୍ବାଚନ ପୂର୍ବରୁ ରକ୍ତ ଛିଟା ପଡିଛି lଏପଡେ ପୋଲିସ କୁ କଡା ଚାଲେଞ୍ଜ ଦେଉଛନ୍ତି ଅପରାଧୀ l ସୂଚନା ଥାଉକି ଆଉ ଅଳ୍ପ ଦିନ ବାକି ରହିଲା ସାଧାରଣ ନିର୍ବାଚନ ଅଶାନ୍ତ ହେଲାଣି ବ୍ରହ୍ମପୁର ପୋଲିସ ଜିଲ୍ଲା ପୋଲିସ କୁ ପୁଣି କଡା ଚାଲେଞ୍ଜ ଦେବା ଆରମ୍ଭ କଲେଣି ଏଥି ପାଇଁ କିଛି ପରିମାଣରେ ପୋଲିସ ହିଁ ଦାୟୀ କାରଣ ଅପରାଧୀ ମାନଙ୍କୁ ବିଭିନ୍ନ ପୋଲିସ ଥାନାରେ ବସାଇ ଜୋଇଁ ପୁଅ ମର୍ଯ୍ୟାଦା ଦେଉଛି ପୋଲିସ l ଜିଲ୍ଲା ଆରକ୍ଷୀ ଅଧିକାରୀ ଥାନାରେ ଲାଗିଥିବା ସି ସି କେମେରା ଫୁଟେଜ ଦେଖିଲେ ସବୁ ଜାଣି ପାରିବେ ଥାନା ଅଧିକାରୀ ମାନଙ୍କ କାରନାମା l ଏହାର ସୁଯୋଗ ନିୟନ୍ତି ଅପରାଧୀ ମାନେ, ଏମାନେ ଚୋରା ମଦ, ଜୁଆ ଆଡ୍ଡା ଏବଂ ବିଭିନ୍ନ ପ୍ରକାର ଅପରାଧ ମୂଳକ କାର୍ଯ୍ୟ ରେ ପୋଲିସ କୁ ହାତ ବାରିସୀ କରି ନିଜ ସାମ୍ରାଜ୍ୟ ଚଳାଉଛନ୍ତି l ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ସଜାଗ ନହେଲେ ଆଗକୁ ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.