ଓଡିଶାକୁ ଶାସନ କରିବାକୁ ରାଜ୍ୟ ବାହାରୁ ନେତା ଆମଦାନୀ କରାଯାଉଛି : ଶ୍ରୀ ନଡ୍ଡା

ବ୍ରହ୍ମପୁରରେ ଜେପି ନଡ୍ଡା : ଆମ୍ବପୁଆରେ ବିଜେପିର ବିଜୟ ସଂକଳ୍ପର ବିଶାଳ ସମାବେଶ

ଜୟ ଜଗନ୍ନାଥ ଠାରୁ ଆରମ୍ଭ ଏବଂ ଦୁର୍ନୀତି ରେ ଶେଷ କଲେ ଅଧିଭାଷଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ାଙ୍କ ବିଶାଳ ସମାବେଶ । ସହରର ନିକଟସ୍ଥ ଆମ୍ବପୁଆ ସ୍ଥିତ ବିବେକ ବିହାର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ପହଞ୍ଚିଲେ ନଡ଼ା । ଏହି ସମାବେଶରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ନ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ୟାଦବ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଯୋଗ ଦେଇଛନ୍ତି । ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ସୁବାସ ସାହୁ ଉପସ୍ଥିତ ଥିଲେ ଏବଂ ଗଞ୍ଜାମ ଜିଲ୍ଲା ର ସମସ୍ତ ବିଧାନସଭା ପ୍ରାର୍ଥୀ ଏବଂ ଦକ୍ଷିଣ ଓଡିଶା ର ଦଳୀୟ କର୍ମକର୍ତ୍ତା ଓ କର୍ମୀ ଏହି ସମାହାର ରେ ଯୋଗ ଦେଇଥିଲେ । ଦଳୀୟନେତାଙ୍କ ଲାଗି ପ୍ରଚାର କରିବା ଲାଗି ପହଞ୍ଚିଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଏହି ସଭାରେ ପ୍ରାୟ ୫୦ ହଜାରରୁ ଅଧିକ କର୍ମୀ ଓ ଜନସାଧାରଣ ଙ୍କ ସମାବେଶ ହୋଇଥିଲା । ଜେପି ନଡା ତାଙ୍କ ଅଭିଭାଷଣ ଜୟ ଜଗନ୍ନାଥ ଙ୍କ ଠାରୁ ଦୁର୍ନୀତି ରେ ଶେଷ କରି ଥିଲେ l ସେ ଚୁମ୍ବକ ରେ ଓଡିଶା ସରକାରଙ୍କ ଉପରେ ବର୍ଷି ଥିଲେ l ଓଡିଶା ରେ ଶାସନ କରିବାକୁ ବାହାରୁ ଆମଦାନୀ କରାଯାଉଛି ବୋଲି ନା ନଧରି ସିଧା ପାଣ୍ଡିଆନ ଙ୍କୁ ଟାର୍ଗେଟ କରିଥିଲେ l ଏବଂ ଜନସାଧାରଣ ଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ l

ରାଜ୍ୟରେ ଚାଲିଥିବା ଦୁର୍ନୀତି ଉପରେ ସିଧା ଆଙ୍ଗୁଠି ଉଠାଇ ଥିଲେ ଚିଟପଣ୍ଡ ଦୁର୍ନୀତି ଏବଂ ବ୍ଲାକ ଲିଷ୍ଟ ଥିବା ଠିକାଦାର ମାନଙ୍କୁ ନେଇ ଠିକା କାମ ଚାଲିଥିବା ଏବଂ ଏମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବିଷୟରେ ଆଲୋକପାତ କରିଥିଲେ l ରାଜ୍ୟରେ ବିଜେପି ସରକାର ଗଠନ ର ମୂଳଡୁଆ ଏହି ଜିଲ୍ଲା ମାନେ ବ୍ରହ୍ମପୁର ରୁ ଆରମ୍ଭ ହେବା ସହିତ ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ସବୁ ବିଧାୟକ ମାନଙ୍କୁ କିପରି ଜିତାଇ ବେ ଜନସାଧାରଣ ଙ୍କୁ ପଦ୍ମ ଚି଼ହ୍ନ ରେ ଦବାଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ l ଏବଂ ବିଭିନ୍ନ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ, କିନ୍ନର ମାନଙ୍କୁ ଯୋଜନା ମାନଙ୍କ ରେ ସାମିଲ କରାଯିବା ସହିତ ବୃଦ୍ଧା ବ୍ୟକ୍ତି ବିଶେଷ କରି ୭0 ବର୍ଷ ରୁ ଅଧିକ ହୋଇଥିବା ଲୋକଙ୍କୁ ୫ ଲକ୍ଷ୍ ଟଙ୍କା ର ସ୍ୱାସ୍ଥ୍ୟ ବୀମା ଦିଆ ଯିବ ବୋଲି ଘୋଷଣା କରିଥିଲେ l କୃଷକ ମାନଙ୍କୁ ତାଙ୍କ ହକ ପ୍ରଦାନ କରାଯିବା ଏବଂ ଜାତୀୟ ସ୍ତର ର ରେଳ ଷ୍ଟେସନ ତିଆରି କରାଯିବା ସହିତ ଗମନା ଗମନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ବିଷୟରେ ଶ୍ରୀ ନଡା କହିଥିଲେ l ଆଜି ରାତ୍ର ଗୋପାଳପୁର ରେ ରାତ୍ରି ଜାପାନ କରିବା ସହିତ ବିଜେପି ରାଜ୍ୟ ସ୍ତରୀୟ ନେତା ମାନଙ୍କ ସହିତ ରୁଦ୍ଧ କୋଠରୀ ବୈଠକ କରି ଆଗାମୀ ନିର୍ବାଚନ କୁ ନେଇ ଗୁରୁମନ୍ତ୍ର ଦେବାରେ କାର୍ଯ୍ୟ ସୂଚୀ ରହିଛି l ଦକ୍ଷିଣ ଓଡିଶା ର ଅନେକ ନେତା ଓ କର୍ମୀ ଶ୍ରୀ ନଡା ଙ୍କୁ ସାକ୍ଷାତ କରିବା ସହିତ ନିର୍ବାଚନୀ ଗୁରୁମନ୍ତ୍ର ନେବା ପାଇଁ ଛୁଟି ଆସିଛନ୍ତି l ଆଜି ରାତି ର ରୁଦ୍ଧ ଦ୍ଵାରା ବୈଠକ ର ବହୁତ ମାନେ ରହିଛି ବୋଲି ବିଜେପି ଶିବିର ରେ ଆଲୋଚନା ହେଉଛି l

nis-ad
Leave A Reply

Your email address will not be published.