ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କଲା ବନବିଭାଗ

ଫୁଲବାଣୀ : ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ଖବର ପାଇବା ମାତ୍ରେ ଫୁଲବାଣୀ ବନଖଣ୍ଡ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା ଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀ ପ୍ରେମା ପାତ୍ର ଏବଂ ତାଙ୍କଦଳ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।
ବିଶେଷ କରି ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ସାର୍ଭାଗୁଡ଼ା ପାହାଡ଼, କଟ୍ରିଙ୍ଗିଆ, ତୁଡ଼ିପାଜୁ, ଆଲାମି, ବିଶିପଡ଼ା, ଗଞ୍ଜୁଗୁଡ଼ା, ଜାମଝରି, କେରେଡି ଓ ମିଣିଆ ଆଦି ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା l ରାତିତମାମ୍ ଜଙ୍ଗଲ ନିଆଁ ଲାଗିଥିବା ଅଞ୍ଚଳ ଗୁଡିକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ l ଜଙ୍ଗଲ ନିଆଁ ଯୋଗୁଁ ବ୍ୟାପକ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡ଼ିବା ସ‌ହିତ ତାପମାତ୍ରା ବୃଦ୍ଧି ପାଉଛି, ବିଭିନ୍ନ ମୂଲ୍ୟବାନ ଔଷଧୀୟ ବୃକ୍ଷଲତା ପୋଡ଼ି ଧ୍ୱଂସ ପାଇ ଯାଉଛି ବୋଲି ସମସ୍ତେ ଜାଣନ୍ତି l ହେଲେ ବି କେତେକ ଅସାମାଜିକ ବ୍ୟକ୍ତି ଓ ଜମି ମାଫିଆ ମାନେ ନିଜର ସ୍ୱାର୍ଥ ପାଇଁ ପାହାଡ଼ ଉପରେ ଘର ଦ୍ଵାର କରି ବିକ୍ରି କରିବା ପାଇଁ ଜଙ୍ଗଲରେ ଜାଣି ଶୁଣି ନିଆଁ ଲଗାଇ ଦେଇଛନ୍ତି ବୋଲି ଜଙ୍ଗଲ ପ୍ରେମୀ ମାନଙ୍କଠୁ ଶୁଣିବାକୁ ମିଳୁଛି l ଅନ୍ୟ ପଟେ ଜଙ୍ଗଲ ବିଭାଗ ଉପରେ ଦୋଷ ଲଦି ଦିଆଯାଉଛି ଯେ ବନ ବିଭାଗର ବେଖାତିର ଯୋଗୁ୍ ଏପରି ଘଟୁଛି l

nis-ad
Leave A Reply

Your email address will not be published.