ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ସହ ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ପୋଲିସ ଓ ବିଏସଏଫ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ

ମାଲକାନଗିରି,୨୦।୪ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଏବଂ ନିରପେକ୍ଷ କରିବା ଲାଗି ସୁରକ୍ଷା ବ୍ୟବସ୍ତାଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ କିପରି ନିର୍ବାଚନ କାର୍ଯ୍ୟକ୍ରମ ସୁରୁଖୁରୁରେ ହେବ ସେନେଇ ପୋଲିସ ବିଭାଗ ତତ୍ପର ରହିଥିବା ସହ ଆଜି ପୋଲିସ, ସୀମା ସୁରକ୍ଷା ବାହିନୀ ଓ ଏସଏସବିଏନ ପକ୍ଷରୁ ମିଳିତ ଭାବେ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ନିର୍ଦେଶ କ୍ରମେ ଏସଡିପିଓ ସଚିନ ପଟେଲଙ୍କ ନେତୃତ୍ୱରେ ଜିଲ୍ଲା ସଦରରେ ପୋଲିସ କର୍ମଚାରୀ ଓ ବିଏସଏଫ ଓ ଏସଏସବିଏନର ଯବାନ ମାନେ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରି ସହର ପରିକ୍ରମା କରିଥିଲେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଏବଂ ପୋଲିସ ଉପରେ ଲୋକଙ୍କ ବିଶ୍ବାସନିୟତାକୁ ବଢାଇବା ଏହି ଫ୍ଲାଗ ମାର୍ଚର ମୁଖ୍ୟ ଉଦେଶ୍ୟ ବୋଲି ଏସଡିପିଓ ଶ୍ରୀ ପଟେଲ ପ୍ରକାଶ କରିଥିଲେ । ଏହା ବ୍ୟତୀତ ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ଆନ୍ଧ୍ର ଓ ଛତିଶଗଡକୁ ଲାଗି ରହିଥିବା ଜିଲ୍ଲାର ସୀମାବର୍ତୀ ଅଞ୍ଚଳରେ ୨୪ ଘଣ୍ଟିଆ ଯାଞ୍ଚ ବ୍ୟବସ୍ତା ଏବଂ ଦୁର୍ଗମ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଉଥିବା ସେ ପ୍ରକାଶ କରିଥିଲେ । ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ଆସନ୍ତା ମେ ୧୩ରେ ଆରମ୍ଭ ହେବାକୁ ଯାଉଥିବା ବେଳେ କିପରି ସୁରୁଖୁରୁରେ ନିର୍ବାଚନ ହୋଇପାରିବ ଏବଂ ସାଧାରଣ ଜନତା ନିଜ ନିଜର ମତ ବିନା କୌଣସି ବାଧା ବିଘ୍ନରେ ଦେଇପାରିବେ ସେ ଦିଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ ଦ୍ରୁଷ୍ଟି ରଖିଥିବା ମଧ୍ୟ ଶ୍ରୀ ପଟେଲ ମତ ରଖିଛନ୍ତି ।

nis-ad
Leave A Reply

Your email address will not be published.