ବିଦ୍ୟାଳୟ ଶ୍ରେଣୀଗୃହର ପୁନଃ ଉଦ୍ଧାର ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ଅଭିଭାବକ ଓ ସମାଜସେବି

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୱାର୍ଡ ନମ୍ବର ୧୨ରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ବର୍ଷ ହେବ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହାର ମରାମତି ସହ ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ଅଭିଭାକ ଓ ସମାଜସେବି । ମିଳିଥିବା ସୂଚନା ଅନୁଯାୟୀ ଏହି ବିଦ୍ୟାଳୟ ୨୦୦୧ ମସିହାରେ ବାଲିମେଳା ନଗରର ୱାର୍ଡ ନମ୍ବର ୧୨ରେ ସ୍ଥାପିତ ହୋଇଥିଲା । ବିଦ୍ୟାଳୟର ୨ଟି ଶ୍ରେଣୀଗୃହରେ ସିମେଣ୍ଟ ଛାତ ଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହାର ରକ୍ଷଣା ବେକ୍ଷଣା ଅଭାବରୁ ଗତ ୨୦୨୦ ମସିହାରୁ ପିଲାଙ୍କ ବସିବା ସ୍ଥାନରେ ବର୍ଷାଦିନେ ପାଣି ଗଳିବା ଆରମ୍ଭ ହୋଇଥିଲା । ଏହି ସମସ୍ୟାକୁ ନେଇ ଗତ ୨୨ ଜୁଲାଇ ୨୦୨୧ ମସିହାରେ ବିଦ୍ୟାଳୟ କମିଟି ପକ୍ଷରୁ ସି.ଆର୍.ସି.ସି, ବି.ଆର୍.ସି, ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରକୁଣ୍ଡା ଗୋଷ୍ଟୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଣାଯାଇଥିଲା l ପରବର୍ତ୍ତୀ ସମୟରେ ୨୦୨୨ ମସିହାରେ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ୨୦ ଜୁଲାଇ ୨୦୨୨ରେ ୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ଦେଇଥିଲେ l କିନ୍ତୁ ଅର୍ଥ ବ୍ୟୟବରାଦ ସତ୍ବେ କୌଣସି କାର୍ଯ୍ୟ ହୋଇ ନଥିଲା । ଫଳରେ ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥିଲା । ଯାହାକୁ ନେଇ ୨୦୨୩ ମସିହାରେ ଛାତ୍ର ଛାତ୍ରୀ ଓ ଅଭିବାକମାନେ ବିକ୍ଷୋଭ କରିବା ପରେ ୭ ଲକ୍ଷ ୭୦ ହଜାର ଟଙ୍କାର ବ୍ୟୟ ବରାଦ ହୋଇ ତୁରନ୍ତ ମରାମତି କରାଯିବା ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତିଶ୍ରୁତି ପରେ ଏହି ବିକ୍ଷୋଭ ବନ୍ଦ ହୋଇଥିଲା l ତେବେ ଏହା ସତ୍ବେ ୨୦୨୪ ମସିହା ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ସହ ଆଉ କିଛି ଦିନ ପରେ ବର୍ଷା ଆସିବାକୁ ଥିଲେ ସୁଦ୍ଧା ବିଦ୍ୟାଳୟର ମରାମତି କାର୍ଯ୍ୟ ଆରମ୍ଭ ହୋଇ ନାହି l ଛାତରୁ ପଣି ଗଳି ବିଦ୍ୟାଳୟର ଅବସ୍ତା ଶୋଚନୀୟ ଯୋଗୁଁ ପିଲାମାନେ ଶ୍ରେଣୀ ଗୃହ ମଧ୍ୟରେ ପଢ଼ିବା ନିମନ୍ତେ ସୁରକ୍ଷିତ ମନୁ ନାହାନ୍ତି l ଏହାସହ ଛାତ ଉପରେ ପାଣି ନଗଳିବା ପାଇଁ ପକାଯାଇଥିବା ପଲିଥିନ୍ ମଧ୍ୟ ନଷ୍ଟ ହୋଇ ଯାଇଛି l ପିଲାଏ ଅନ୍ୟତ୍ର ପଢ଼ିବା ନିମନ୍ତେ କୌଣସ ବିଶେଷ ସୁବିଧା ନଥିବା ବେଳେ ବିଦ୍ୟାଳୟର ସୀମାନିରୂପଣ ନିମନ୍ତେ ପକ୍କା ପ୍ରାଚୀର ଟିଏ ମଧ୍ୟ ନାହିଁ ।

ନିକଟରେ ଖୋଲାସ୍ଥାନ ଥିଲେ ମଧ୍ୟ ତାହା ସମତଳ ନଥିବାରୁ ବିଦ୍ୟାଳୟରେ ସମସ୍ତ ଖେଳ ସାମଗ୍ରୀ ଥାଇ ସୁଦ୍ଧା ପିଲେ ଖେଳ କୁଦ କରିପାରୁନଥିବା ସହ ଉକ୍ତ ଖେଳ ସାମଗ୍ରୀର ବ୍ୟବହାର ହୋଇପାରୁନାହିଁ l ଏଣୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଠ ପଢା ଲାଗି ପକ୍କା ଓ ଉତ୍ତମ ଶ୍ରେଣୀ ଗୃହ ସହ ଶାରରୀକ, ମାନସିକ ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ବିଦ୍ୟାଳୟରେ ପକ୍କା ପ୍ରାଚୀର ଓ ନିକଟରେ ସମତଳ ଖେଳ ପଡ଼ିଆ ପ୍ରସ୍ତୁତ ଲାଗି ସ୍ଥାନୀୟ ଅଭିଭାବକ ଓ ସମାଜସେବି ରାମକୃଷ୍ଣ ଚୌଧୁରୀ ଏକ ଲିଖିତ ଦାବି ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.