ନରମିଲେ ବୀରେନ୍ଦ୍ର କହଁର ପଠାଇଲେ ଅନୁତାପ ବାର୍ତ୍ତା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ପାର୍ଥିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଗୋଷ୍ଠୀ ବିଦ୍ରୋହକୁ ଓହ୍ଲାଇଛନ୍ତି । ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରେ ବିରୋଧୀ ସ୍ଲୋଗାନ ଦେବା ଠାରୁ ଆରମ୍ଭ କରି – କୁଶପୁତ୍ତଳିକା ଦାହ ମଧ୍ଯ କରାଯାଇଛି l ଫୁଲବାଣୀ, ଖଜୁରୀପଡ଼ା, ଗୋଚ୍ଛାପଡ଼ା, ଶଙ୍କରା ଖୋଲ ଆଦି ସ୍ଥାନରେ ଖୋଲାଖୋଲି ବିରୋଧ ପ୍ରଦର୍ଶନ କରାଯାଇଛି। ଏପରିକି ଟିକଟ ପ୍ରଦାନରେ ପାତର ଅନ୍ତର ପାଇଁ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ଦାୟୀ କରି ଖୁଲାମ ଖୁଲା ଦଳକୁ ହରାଇବାକୁ ନୂତନ ଭାବେ ଦଳ ସଂଗଠନ କରି ଜନ ସମ୍ପର୍କ ସ୍ଥାପନ କରାଯାଉ ଥିବା ଦେଖିବାକୁ ମିଳିଛି l ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିରେନ୍ଦ୍ର କହଁର ମଧ୍ଯ ଅନ୍ୟତମ ଟିକଟ ଆଶାୟୀ ଭାବେ ବିଦ୍ରୋହକୁ ଓହ୍ଲାଇଥିଲେ। ତେବେ କିଛି ବରିଷ୍ଠ ନେତାଙ୍କ ପରାମର୍ଶ କ୍ରମେ ବୀରେନ୍ଦ୍ର ଏବେ ବିରୋଧରୁ ଓହରିଛନ୍ତି। ଏ ନେଇ ସେ ଏକ ଅନୁତାପ ବାର୍ତ୍ତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିକଟକୁ ଜିଲ୍ଲା ସଭାପତି ଅଙ୍ଗଦ କହଁର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଜରିଆରେ ପ୍ରେରଣ କରିଛନ୍ତି l

ଅନୁତାପ ବାର୍ତ୍ତାରେ ସେ ଉଲ୍ଲେଖ କରିଛନ୍ତି ଯେ ମୁଁ ବିରେନ୍ଦ୍ର କୁମାର କହଁର ପୂର୍ବତନ ବ୍ଲକ୍ ଅଧକ୍ଷ ଖଜୁରୀପଡା ୨୦୧୭ ମସିହାଠାରୁ ବିଜୁ ଜନତା ଦଳର ସୁପ୍ରମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିତି, ଆଦର୍ଶ ଏବଂ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୋଲିସ ସବ୍‌ ଇନିସପେକ୍ଟର ଚାକିରିକୁ ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥଲି l ୨୦୧୯ ସାଧାରଣ ନିର୍ବାଚନରେ ମୁଁ ଫୁଲବାଣୀ ବିଧାନସଭା ବିଧାୟକ ପ୍ରାର୍ଥୀ ନିମନ୍ତେ ଆଶାୟୀ ଥଲି ଏବଂ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପରାମର୍ଶରେ ସେଥିରୁ ଓହରି ଯାଇ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲି ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଫୁଲବାଣୀ ବିଧାୟକ ପ୍ରାର୍ଥୀ କରାଯିବାକୁ ଦଳକୁ ଅନୁରୋଧ କରିଥିଲି । ବର୍ତ୍ତମାନ ଦଳ ନିଷ୍ପତି ଶ୍ରୀମତି ଜୟଶ୍ରୀ କହଁରଙ୍କୁ ବିଧାୟିକା ପ୍ରାର୍ଥିନୀ ରୂପେ ଘୋଷଣା କରିବାରୁ କ୍ଷଣକ ଉତ୍ତେଜନା ବସତଃ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ବିଜୟ ନାୟକ,ଦଳର ପ୍ରାର୍ଥିନୀ ଜୟଶ୍ରୀ କହଁର ଏବଂ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଅପମାନ ସୂଚକ ଶବ୍ଦ ବ୍ୟବହାର କରି ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଦ୍ବାରା ସେମାନଙ୍କ କୁଶପୁତ୍ତଳିକା ଦାହ କରାଯିବା ସମୟରେ ଉପସ୍ଥିତ ଥିଲି,ଯାହାକି ମୋର କ୍ଷଣିକ ରାଗ,ରୋଷ ର ପ୍ରତିକ,କିନ୍ତୁ ତାହାମୋର ଅନ୍ତର କଥା ବା କାର୍ଯ୍ୟ ନୁହଁ । ମୁଁ ବର୍ତ୍ତମାନ ମଧ୍ୟ ବିଜୁ ଜନତା ଦଳର ସଦସ୍ୟ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡିଶାର ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହିସାବରେ ଦେଖିବାକୁ ଚାହେଁ । କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପରାମର୍ଶକୁ ସମ୍ମାନ ଦେଇ ଦଳର ନିଷ୍ପତିକୁ ମାନି କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ,ଫୁଲବାଣୀ ବିଧାନସଭା ପ୍ରାର୍ଥୀନି ଜୟଶ୍ରୀ କହଁର, ଜି.ଉଦୟଗିରି ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନ ଏବଂ ବାଲିଗୁଡା ବିଧାୟକ ପାର୍ଥିଙ୍କୁ ପୂର୍ଣ୍ଣ ସମର୍ଥନ କରି ବିଜୁ ଜନତା ଦଳର ପ୍ରାର୍ଥୀ ଯେମିତି ସର୍ବାଧିକ ଜନମତ ପ୍ରାପ୍ତ ହେବେ ସେଥିପାଇଁ କାର୍ଯ୍ୟ କରିବି । ମୁଁ ଗଣମାଧମରେ ପ୍ରୟୋଗ କରିଥବା ଆଶାଳିନ ଶବ୍ଦ ନିମନ୍ତେ ଦୁଃଖ ପ୍ରକାଶ ଓ ଅନୁତାପ କରିବା ସହିତ ଭବିଷ୍ୟତରେ ଏହିପରି ଦଳ ବିରୋଧ ମନ୍ତବ୍ୟ ଓ କାର୍ଯ୍ୟରୁ ନିଜକୁ ନିବୃତ ରଖିବି ଏବଂ ଦଳ ଯେଉଁ ଦାୟିତ୍ବ ଦେବ ମୁଁ ନିଷ୍ଠାର ସହ ପାଳନ କରିବି ।
ଉପରୋକ୍ତ ବିଷୟକୁ ବିଚାରକୁ ନେଇ ମୁଁ କରିଥିବା ଦଳୀୟ ବିଶୃଙ୍ଖଳାକୁ ମାର୍ଜନା କରି ମୋତେ ଦଳରେ ପୂର୍ବପରି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି ।

nis-ad
Leave A Reply

Your email address will not be published.