ବିଜେଡିରେ ମିଶିଲେ ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି

ଭୁବନେଶ୍ବର: ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି । ସେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି । ୨୦୦୯ ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ସେ ସୁନ୍ଦରଗଡ଼ ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ଆଜି ଶଙ୍ଖ ଭବନରେ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ସୁନିଆନି କହିଛନ୍ତି କଲେଜରେ ପଢ଼ିବା ସମୟରେ ଜନସେବା ପାଇଁ ଇଚ୍ଛା ଥିଲା । ହେଲେ ସୁଯୋଗ ମିଳୁ ନଥିଲା, ଏବେ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ଯାହା ଦାୟିତ୍ତ୍ବ ମିଳିବ, ସୁଚାରୁ ଭାବେ କରିବି ।

ଏହି ଅବସରରେ ସେ କହିଲେ, ପ୍ରଫୁଲ୍ଲ କେବଳ ରଘୁନାଥପାଲୀ ଯାଏଁ ସୀମିତି ନୁହନ୍ତି, ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନ କରିଛନ୍ତି । ବିଜେଡିରେ ମିଶିବା ପରେ ରଘୁନାଥପାଲୀ ଓ ସୁନ୍ଦରଗଡ଼ ବିଜେଡି ସଂଗଠନ ଆହୁରି ସୁଦୃଢ ହେବ ।

ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି, ଏସବୁ ଐତିହାସିକ ମୁହୂର୍ତ୍ତ । ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ସମୃଦ୍ଧ, ସଶକ୍ତ ନବୀନ ଓଡିଶା ପାଇଁ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶୁଛନ୍ତି ।

ସେହିପରି, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ କହିଛନ୍ତି, ଏହି ନିର୍ବାଚନ ପାଇଁ ବିଜେଡିକୁ ଭଲ ପାଇ, ସଂଗଠନ ଆହୁରି ମଜବୁତ କରିବାକୁ, ବିକାଶକୁ ଆଗେଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି । ସମସ୍ତେ ଅନୁଭବ କରୁଛନ୍ତି ଯେ ବିଜେଡିରେ ରହି ବିକାଶର ସାରଥୀ ହୋଇ ପାରିବେ । ଦଳର ନୀତି ଆଦର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରି ଅଞ୍ଚଳର ବିକାଶ କରି ବିଜେଡିର ସମ୍ମାନ ବଢ଼ାଇବେ ।

nis-ad
Leave A Reply

Your email address will not be published.