ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ବିଜଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍-ତଥା- ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଶ୍ରୀ ମିଶ୍ର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୋହର ମହମ୍ମଦ୍ ବନାମ ଉତ୍ତରପ୍ରଦେଶ ସଡ଼କ ପରିବହନ ନିଗମ କେସ୍ ବିଷୟରେ ସମସ୍ତଙ୍କ ସହ ଆଲୋଚନା କରିବା ସହିତ ଏହାର ସଫଳ ରୂପାୟନ କରିବା ଦିଗରେ ଦିଗଦର୍ଶନ ଦେଇଥିଲେ । ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ ତଥା ବାଳ ଅପରାଧ ସମ୍ବନ୍ଧୀୟ ବିଚାରପତି, ବାଳ ସମ୍ଭାନ୍ଧିତ ନ୍ଯାୟ ସମିତି, ଫୁଲବାଣୀ ଶ୍ରୀମତୀ ନୀତିଶା ଚନ୍ଦକ୍ ସ୍ବତନ୍ତ୍ର ନାବାଳକ ପୋଲିସ ୟୁନିଟ୍ର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଗୋହର ମହମ୍ମଦ୍ ବନାମ ଉତ୍ତରପ୍ରଦେଶ ସଡ଼କ ପରିବହନ ନିଗମ କେସ୍ ରେ ରହିଥିବା ନିର୍ଦ୍ଦେଶାବଳୀକୁ କିପରି ପ୍ରତି ଥାନାସ୍ତରରେ ସଫଳରୂପେ କାର୍ଯ୍ୟକାରୀ କରିହେବ ଉପ-ଆରକ୍ଷୀ ଅଧୀକ୍ଷକ ଶ୍ରୀ କମଳାକାନ୍ତ ପଣ୍ଡା ତା’ଉପରେ ଆଲୋଚନା କରିଥିଲେ । ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କେସ୍ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ସଚେତନତା ଶିବିରକୁ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ , କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶୀଲା ରୟ ପରିଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସୁଶ୍ରୀ ସୌମ୍ୟା ଶୁଭଦର୍ଶିନି, ଏସ୍.ଡି.ଜେ. ଏମ୍. ଅରିଜିତ୍ ଦାସ, ଜେ.ଏମ୍.ଏଫ୍ .ସି. ସୁଶ୍ରୀ ସ୍ବାଗତିକା ସ୍ବାଇଁ, ସଭାପତି, ବାର ଆସୋସିଏସନ୍ ନିରୋଦ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ୍ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.