ଫୁଲବାଣୀ: ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବିତ ନୀତିନୀୟମକୁ ପାଳନ କରି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ମାନେ ନିଜର ତତ୍ପରତା ଦେଖାଇଛନ୍ତି ।
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଏକ ଅଭିନବ ଉପାୟରେ ଭୋଟର ମାନଙ୍କୁ ସଚେତନ କରିବାକୁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଅନ୍ତର୍ଗତ ସମସ୍ତ ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଫୁଲବାଣୀ ଉପଜିଲ୍ଲାପାଳ ଚିତରଞ୍ଜନ ମହନ୍ତ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୂୟାଁଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏଥିରେ ସ୍ୱାତୀର ସଂପାଦକ ଇଂ. ହରି ଶଙ୍କର ରାଉତ, ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, କୋଷାଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର, ପ୍ରକଳ୍ପ ସଂଯୋଜକ ଦୀପ ସ୍ଵାଇଁ, ବିଶ୍ଵରଞ୍ଜନ କରଙ୍କ ସମେତ ଉପଜିଲ୍ଲାପାଳ ଓ ଆଇ.ଟି.ଡି.ଏ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଏବଂ ସ୍ଵାତୀର କର୍ମୀ ମାନେ ଉପସ୍ଥିତ ଥିଲେ । ନୂଆ ଭୋଟର ମାନେ କିପରି ସଠିକ ଭାବେ ଭୋଟ ଦେବେ ଏବଂ ଭୋଟଦାନର ହାର ବୃଦ୍ଧି ହୋଇ ଅନ୍ୟୁନ ୭୫ ପ୍ରତିଶତରୁ ଅଧିକ ହୋଇପାରିବ ସେହି ଲକ୍ଷ୍ୟ ନେଇ ଗାଁ ଗାଁରେ ସଚେତନତା ବାର୍ତ୍ତା ପହଂଚାଇବାକୁ ଚେଷ୍ଟା କରାଯାଉଛି । ଏଥିସହିତ ବିଭିନ୍ନ ପ୍ରଚାର ପତ୍ର ବଂଟନ ମାଧ୍ୟମରେ ଭୋଟଦାନ ପ୍ରକ୍ରିୟାକୁ କିପରି ସରଳ ଓ ସହଜ କରିହେବ ତାହା ଉପ ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ସ୍ୱାତୀ ଅନୁଷ୍ଠିଅନର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ରେଡିଓ ସ୍ୱାତୀ ମାଧ୍ୟମରେ ବିଭିନ୍ନ ଅଧିକାରୀ ମାନଙ୍କର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଂଚାଇ ଅବାଧ ଓ ନିରପେକ୍ଷ ମତଦାନ କନ୍ଧମାଳ ଲୋକସଭା କ୍ଷେତ୍ରରେ ହୋଇ ପାରିବ ତାହା ଉପରେ ଗୁରୁତ୍ଵ ଦେଇ କହିଥିଲେ । ଅନୁଷ୍ଠାନର ସଂପାଦକ ଆଜିଠାରୁ ସଚେତନତା ରଥର କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରାଇବା ସହ ରେଡିଓ ସ୍ୱାତୀରେ ମଧ୍ଯ ପ୍ରସାରଣ ଆରମ୍ଭ ହେବବୋଲି ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.