ଆଖିରେ କଳାପଟି ବାନ୍ଧି ସରକାର ନିକଟରେ ଦାବୀ ପୂରଣ ପାଇଁ ପ୍ରତିବାଦ

ମାଲକାନଗିରି : ଆଜି ମାଲକାନଗିରି ସଦର ହୋଟେଲ ସ୍ୱାଗତ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟଙ୍କୁ ନେଇ ଏକ ବୈଠକ ର ଆୟୋଜନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ କର ପ୍ରାରମ୍ଭରେ ଜିଲ୍ଲା ସଙ୍ଘପୂର୍ବ ଦିନରେ ଉତ୍କଳ ସାମ୍ବାଦିକ ସଙ୍ଘ ନିଜର ସାମାଜିକ କାର୍ଯ୍ୟକ୍ରମ ଯୋଗୁ ଜିଲ୍ଲା ତଥା ରାଜ୍ୟ ସଙ୍ଘର ନିଜର ଉତ୍ତମତା ପ୍ରଦର୍ଶନ କରିପାରିଛି । ସଙ୍ଘ ବିଷୟରେ ଆଲୋଚନା କରିବା ସହ ରାଜ୍ୟସରକାର ଙ୍କ ସାମ୍ବାଦିକଙ୍କ ପ୍ରତି ଥିବା ବୈମାତୃକ ଭାବ ବିଷୟରେ ଅବଗତ କରାଇଥିଲେ । ରାଜ୍ୟରେ ଅଙ୍ଗନବାଡ଼ି, ଆଶା,ଡ୍ରାଇଭର ଭଳି ସଙ୍ଗଗଠନ ନିଜ ନିଜର ଦାବିଗୁଡିକ ସରକାରଙ୍କ ନିକଟରେ ପ୍ରତିପାଦନ କରିବା ସହ ଦାବି ହାସଲ କରିଥିବା ବେଳେ କେବଳ ସାମ୍ବାଦିକଙ୍କ ଦାବିକୁ ନ ମାନିବା ବେଶ ଦୁଃଖର ବିଷୟ ବୋଲି ବକ୍ତବ୍ୟ ରଖିଥିଲେ ।

ଆଗାମୀ ଦିନରେ ନାର୍ଯ୍ୟ ଦାବୀ ପୂରଣ ପାଇଁ ଲଢ଼େଇ ଜାରି ରଖିବା ସହ ଆନ୍ଦୋଳନ କୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଙ୍ଘର ସାମାଜିକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଆଜି ମାଲକାନଗିରି ଜିଲ୍ଲାର ଦୁଇ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ମହାନ୍ତି ଓ ନିରଞ୍ଜନ ମଲ୍ଲ ରାଜ୍ୟ ସଭାପତି ଙ୍କ ଉପସ୍ଥିତ ରେ ଜିଲ୍ଲା ସଙ୍ଘର ସଦସ୍ୟତା ଗ୍ରହଣ କରିଥିଲେ । ସଭାକାର୍ଯ୍ୟ ଶେଷରେ ଆଖିରେ ସମସ୍ତ ସାମ୍ବାଦିକ ସମବେତ ଭାବେ ଆଖିରେ କଳାପଟି ବାନ୍ଧି ସରକାର ନିକଟରେ ଦାବୀପୁରଣ ପାଇଁ ପ୍ରତିବାଦ କରିଥଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଙ୍ଘ ସମ୍ପାଦକ ବେଣୁଧର ପଣ୍ଡା ସମେତ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି, ସମ୍ପାଦକ, କାର୍ଯ୍ୟ କାରୀ ସମ୍ପାଦକ, କୋଷାଧ୍ୟକ୍ଷ ସମେତ ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.