ଆସିକାରେ ବିଦେଶୀ ମଦ ଦୋକାନ ବନ୍ଦ କିନ୍ତୁ ସାହି ସାହିରେ ମଦର ବନ୍ୟା…..!

ଚେଇଁ ସୋଇଛି ପ୍ରଶାସନ…


ବ୍ରହ୍ମପୁର: ୮-୪ ଗଞ୍ଜାମ ଜିଲ୍ଲାର ଆସିକା ରେ ଗତ ମାର୍ଚ୍ଚ ମାସ ୩୧ ତାରିଖରୁ ବହୁ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। ବିଜୁ ପଟ୍ଟନାୟକ ଛକ, କଳିଙ୍ଗା ରୋଡ଼ ଓ ହାଟପଦା ଠାରେ ଥିବା ବିଦେଶୀ ମଦ ଦୋକାନ ର MGQ ର ବକେୟା ତଥା ଲାଇସେନ୍ସ ଫିଜ ନ ବାନ୍ଧିବା ଓ ସର୍ବ ନିମ୍ନ ମଦ ଉଠାଣ ନହେବା ଯୋଗୁଁ ଏହି ସବୁ ମଦ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ଆସିକା ର ଗଳିକନ୍ଦି ରେ ବିଦେଶୀ ମଦ ଅବାଧ ରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଆସିକା ରେ ଥିବା ବିଭିନ୍ନ ହୋଟେଲ ଢ଼ାବା ରେ ଅବାଧରେ ଅତି ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଆସିକା ରେ ଅଧିକାଂଶ ବିଦେଶୀ ମଦ ଦୋକାନଏକ ସପ୍ତାହ ହେଲା ବନ୍ଦ ରହିଛି। କେତେକ ହୋଟେଲ ପାନ ଦୋକାନ ସମେତ ଛକ ମାନଙ୍କ ନିକଟରେ ଥିବା ଦୋକନ କୁ ଏତେ ପରିମାଣର ମଦ କେଉଁ ଠାରୁ ଆସୁଛି। ଅବକାରୀ ବିଭାଗ ଓ ପୋଲିସ ର ଚଢ଼ାଉ ହେଉନଥିବା ଯୋଗୁଁ ଆସିକାରେ ବିଦେଶୀ ମଦର ବନ୍ୟା ହୋଇଛି ବୋଲି ଚର୍ଚ୍ଚା ହେଲାଣି। ଏଠାକାର ଅବକାରୀ ବିଭାଗ ର ଚଢ଼ାଉ ଧର୍ମକୁ ଆଖିଠାର ସଦୃଶ୍ୟ କେବଳ ଭେଣ୍ଡେର ଵାଲାଙ୍କ ନିର୍ଦ୍ଧେଶ ରେ ବେଳେ ବେଳେ କୋଚିଆ ମାନଙ୍କ ଉପରେ ଚଢ଼ାଉ ହେଉଥିବାର ନଜିର ରହିଛି। ଆସିକା ରେ ଯେଉଁ ସବୁ ହୋଟେଲ ଛୋଟ ଛୋଟ ଦୋକାନ ରେ ବିଦେଶୀ ମଦ ବିଭାଗୀୟ ବାବୁ ମାନଙ୍କ ଇସାରା ରେ ହେଉଥିବା ଚର୍ଚ୍ଚା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଏବେ ଠାରୁ ପ୍ରଶାସନ ସଜାଗ ନ ହେଲେ ଆସିକା ପୂର୍ବରୁ ଥିବା ରେକର୍ଡ କ୍ରାଇମ ସିଟି ନ ହେବ କିଏ କହିବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.