ଉମରକୋଟ (ସପ୍ର) : ଦିନକୁ ଦିନ ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି। ଏହି ଅତ୍ୟଧିକ ତାପ ମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି, ଯାହା ନ କହିଲେ ସରେ। ଏମିତି ଅବସ୍ଥାରେ ରାଇଘର ଉମରକୋଟ ଯିବା ରାସ୍ତାର ଦୁଇ ପାର୍ଶରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦିବା ରାତ୍ର ଜଳୁଛି ନିଆଁ, ନଜର କି ପଡ଼ୁନି ବନ ବିଭାଗର ?
ପ୍ରଚଣ୍ଡ ଖରାରୁ ରକ୍ଷା ପାଇବାକୁ ଜଙ୍ଗଳରେ ଥିବା ଜୀବଜନ୍ତୁ ମାନେ ଗଛ ମୂଳରେ ଯାଇ ଆଶ୍ରୟ ଖୋଜି ବିଶ୍ରାମ ନିଏ । କିନ୍ତୁ କେହି ଦୁର୍ବୃତ୍ତ ଜଙ୍ଗଳରେ ନିଆଁ ଲଗାଇଥିବାରୁ ଏବେ ବର୍ତ୍ତମାନ ଜଙ୍ଗଲର ହିଂସ୍ର ଜୀବ ଜନ୍ତୁ ମାନେ ଗ୍ରାମ ମୁହାଁ ହୋଇଥିବା ଦେଖିବାକୁ ମିଳୁଛି । ଦିନରେ ଖରା ଓ ରାତିରେ ନିଆଁ ଜଙ୍ଗଲର ଜୀବ ଜନ୍ତୁ ମାନେ ଯିବେ ତ ଯିବେ କୁଆଡେ ?
ରାଇଘର ଉମରକୋଟ ମୁଖ୍ୟ ରାସ୍ତା ବୋନିପଦର ଠାରୁ ମାତ୍ର ପାଞ୍ଚ ସହ ମିଟର ଜଙ୍ଗଳ ଭିତରେ ଉଗ୍ରରୂପ ଧାରଣ କରି ଜଳୁଛି ନିଆଁ । କିପରି ବନବିଭାଗର ଦୃଷ୍ଟି ପଡୁ ନାହିଁ କହି ବନିପଦର ଛକରେ ବସବାସ କରୁଥିବା ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ରାତିରେ ଯାତାୟାତ କରୁଥିବା ଆମ ଜନତା ମଧ୍ୟ ଏହି ରିଜର୍ବ ଜଙ୍ଗଲର ନିଆଁକୁ ଦେଖି ଆଚମ୍ଭୀତ ହୁଅନ୍ତି। ବନିପଦର ଛକ ଠାରୁ ବନିପଦର ଯିବା ରାସ୍ତାରେ ଯୋଉଁ ସବୁ ଛୋଟ ବଡ଼ ଗ୍ରାମ ଗୁଡିକ ଜଙ୍ଗଳ ମଧ୍ୟରେ ଅଛି, ରାତିରେ ସେମାନଙ୍କର ଆଖିର ନିଦ ହଜି ଯାଇଛି। କାହିଁକି ନା କାଳେ ଜଙ୍ଗଲ ର ହିଂସ୍ର ଜୀବ ଜନ୍ତୁ ଗ୍ରାମ ମୁହାଁ ହୋଇ ଧନ ଜୀବନ ନଷ୍ଟ କରିବେ ସେଇ ଭୟ ଘାରିଛି ଲୋକମାନଙ୍କୁ | ଏଥିପ୍ରତି ବନବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ବନିପଦର ପାଖରେ ରିଜର୍ବ ଜଙ୍ଗଳରେ ଜଳୁଥିବା ନିଆଁକୁ ଆୟତ୍ତ୍ୱ କରିବାକୁ ବନିପଦର ଓ ଆଖପାଖ ଗ୍ରାମର ବାସିନ୍ଦା ମାନେ ଅନୁରୋଧ କରିଛନ୍ତି।