ବେଲପଦର ଆଶ୍ରମର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ : ଅବହେଳା ଯୋଗୁଁ ମୃତ୍ୟୁ ନେଇ ଗୋଛାପଡା ଥାନାରେ ଅଭିଯୋଗ କଲେ ପିତା

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବେଲପଦର ଆଶ୍ରମ ସ୍କୁଲରେ ଗୋଛାପଡା ଅଞ୍ଚଳର କାଲିମୁଣ୍ଡା ଗ୍ରାମର ଶୁଭଲକ୍ଷ୍ମୀ ଦେହୁରୀ, ଆଶ୍ରମରେ ରହି ନବମ ଶ୍ରେଣୀରେ ପଢୁଥିଲେ। ଗତ ୨ ତାରିଖ ଦିନ ତାର ଦେହ ଖରାପ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ନାବାଳିକାର ପିତା ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ। ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧ ତାରିଖରୁ ତାର ଦେହ ସାମାନ୍ୟ ଅସୁସ୍ଥ ରହୁଥିଲା । ଗତ ୨ ତାରିଖ ମଙ୍ଗଳବାର ଦିନ ଦେହ ଭିଷଣ ଖରାପ ଥିବା ନେଇ ଖବର ପାଇ ପରିବାର ଲୋକେ ସ୍କୁଲରେ ପହଞ୍ଚି ତାଙ୍କ ଝିଅକୁ ଭେଟିବା ସହ ଛାତ୍ରାବାସ ଦାୟିତ୍ଵରେ ଥିବା ଦିଦିଙ୍କୁ ଝିଅକୁ ନେବା ପାଇଁ କହିଥିଲେ। ହେଲେ ଦିଦି ଛାତ୍ରୀଙ୍କୁ ଘରକୁ ଯିବା ପାଇଁ ଛାଡି ନଥିଲେ । ଫଳରେ ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ । ସେହିଦିନ ରାତିରେ ନାବାଳିକାର ଦେହ ଭିଷଣ ଖରାପ ହେବାରୁ ଆଶ୍ରମର ଦିଦି ମାନେ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ତା ପର ଦିନ ସକାଳ ୮ ଟା ବେଳେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ ।ଖବର ପାଇ ଗୋଛାପଡା ଥାନା ପୋଲିସ ଡାକ୍ତରଖାନା ରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ୪/୨୦୨୪ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଝିଅର ମୃତ୍ୟୁ ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ, ଡାକ୍ତରଖାନା ରେ ପହଞ୍ଚିବା ପରେ ପୋଲିସ ଶବକୁ ବ୍ଯବଛେଦ ପରେ ତାଙ୍କୁ ହସ୍ତାନ୍ତର କରିଥିଲା। ତେବେ ଅବହେଳା ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ଘଟିଛି ବୋଲି ମୃତ ଛାତ୍ରୀ ଶୁଭଲକ୍ଷ୍ମୀ ଦେହୁରୀଙ୍କ ପିତା ଅନନ୍ତ ଦେହୁରୀ ଅଭିଯୋଗ କରିବା ସହିତ ଗୋଛାପଡା ଥାନା ରେ ଏକ ଏତଲା ଦେଇଥିବା ଜଣାପଡିଛି। ହେଲେ ଛାତ୍ରୀଙ୍କ ମୃତ୍ୟୁ ବାବଦରେ ଜିଲ୍ଲା ମଙ୍ଗଳ ଅଧିକାରୀ କିମ୍ବା ବେଲପଦର ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କୌଣସି ସୁଚନା ଦେଇ ନାହାନ୍ତି।

nis-ad
Leave A Reply

Your email address will not be published.