ହିଞ୍ଜିଳିକାଟୁ ୨୯/୩ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଡଙ୍ଗି ଗ୍ରାମ ଶ୍ୟାମଳାଇ ବିଦ୍ୟାପିଠ ଉନ୍ନତି କାମରେ ନିର୍ମାଣ ହେଉଥିବା କାର୍ଯ୍ୟ ଅତି ନିମ୍ନମାନର କାମ ହୋଇଥିବା ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି , ସରକାର ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ଉନ୍ନତି କ୍ଷେତ୍ରରେ ନିର୍ମାଣ କରିବା ପାଇଁ ଲକ୍ଷ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ କରିଥିଲେ l ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନିର୍ମାଣ ହେଲେ ଉପକୃତ ହେବେ ବୋଲି ଆଶା ରଖିଥିବା ବେଳେ , ବିଦ୍ୟାଳୟର ଉନ୍ନତି ନାମରେ ନିର୍ମାଣ କାମ ଅତି ନିମ୍ନମାନର ହେଉ ଥିବାରୁ ପ୍ରଶ୍ନବାଚି ସୃଷ୍ଠି ହେଉଛି । ବିନା ସୂଚନା ଫଳକରେ କାର୍ଯ୍ୟ ହୋଇଥିବାବେଳେ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ସେଠାରେ ଉପସ୍ଥିତ ନ ଥିଲେ। କାମ ଆରମ୍ଭରୁ ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ କୁଜି ନେତାଙ୍କୁ ହାତବାରିଶୀ କରି ସେ ନିମ୍ନମାନର କରି ଚାଲିଥିଲେ। କେହି ବିରୋଧ କଲେ ରାଜନୀତିର ପ୍ରଭାବ ଦେଖାଇଥିଲେ ।ପୋଡଙ୍ଗି ଗ୍ରାମ ବାସୀଙ୍କ ଅଭିଯୋଗ ଅନୁଯାଇ ନିର୍ମାଣ କାର୍ଯ୍ୟ ଜଣେ ପ୍ରଭାବଶାଳୀ ଚୋରା କୋଚିଆ ବେପାରୀ ଓ କନିଷ୍ଠ ଯନ୍ତ୍ରୀ ଅତି ନିମ୍ନମାନର କାମ କରିଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତିl ।କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅତି ନିମ୍ନମାନର କାମ କରି ସରକାରୀ ଅର୍ଥକୁ ଆତ୍ମାସାତ କରୁଛନ୍ତି ବୋଲି ଶୁସାନ୍ତ କୁମାର ଗୈ।ଡ଼ , ସୂର୍ଯ୍ୟ ନାରାୟଣ ଡାକୁଆ, ସୂର୍ଯ୍ୟ ନାରାୟଣ ପାତ୍ର,ପ୍ରମିଳା ପାଣିଗ୍ରାହୀ,ସୁନିତା ନାହାକ, ନମିତା ବେହେରା, ଅକ୍ଷୟ କୁମାର ନାୟକ, ପାଣ୍ଡବ ବେହେରା ସମେତ ଅନେକ ଲୋକେ ପ୍ରତିବାଦ କରୁଥିବା ଆମ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି । ଅତି ନିମ୍ନମାନର ବାଲି, ସେମେଣ୍ଟ, ରେ ବିଦ୍ୟାଳୟ ଉନ୍ନତି କାମରେ ନିର୍ମାଣ କରାଯାଇଛି ବୋଲି ଗ୍ରାମ ବାସୀ ଲିଖିତ ଆକାରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବ୍ଲକ୍ ପ୍ରଶାସନ ଅଭିଯୋଗ କୁ ଗୁରୁତ୍ଵ ଦେଉ ନାହାନ୍ତି ବୋଲି ଗ୍ରାମ ବାସୀଙ୍କ ଅଭିଯୋଗ ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି l
Sign in
Sign in
Recover your password.
A password will be e-mailed to you.
Prev Post