ସବୁଦଳ ସବୁଧର୍ମ ମିଶି ପାଳିଲେ ହୋଲି ପର୍ବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଶାନ୍ତି ଶୃଙ୍ଖଳାର ସହିତ ସବୁଦଳ ସବୁ ଧର୍ମ ମିଶି ହୋଲି ପର୍ବ ପାଳିତ ହୋଇଥବା ଦେଖିବାକୁ ମିଳିଥିଲା l କନ୍ଧମାଳ ଜିଲ୍ଲାର ଆରଖୀ ଅଧୀକ୍ଷକ ତାଙ୍କ ପରିବାର ସମେତ ରଙ୍ଗର ପର୍ବ ହୋଲିକୁ ସହକର୍ମୀ ମାନଙ୍କ ସହ ବହୁ ଆନନ୍ଦରେ ପାଳନ କରିଥିବା ଦେଖିବାକୁ ମିଳିଥିଲା l ସେହିପରି ସହରରେ ଥିବା ଜଗନ୍ନାଥ ମନ୍ଦିର ଫୁଲବାଣୀରୁ ରାଧା କୃଷ୍ଣ ବାହାରି ସହର ପରିକ୍ରମା କରି ଦଧିବାମନ ମନ୍ଦିରରେ ପହଞ୍ଚି ଭୋଗ ଲାଗିଲା ପରେ ଶ୍ରଦ୍ଧାଳୁଙ୍କ ସହ ହୋଲି ଖେଳି ବାହୁଡି ଥିଲେ ଶ୍ରୀମନ୍ଦିରକୁ l ସେହିପରି ଫୁଲବାଣୀ ସହରରେ ବାସ କରୁଥିବା ତ୍ରିଦେବ ନଗର ବସ୍ତି ବାସିନ୍ଦା ମାନେ ମଧ୍ୟ ହୋଲି ପର୍ବକୁ ଧୁମ୍ ଧାମ ରେ ନାଚ ଗୀତ ମାଧ୍ୟମରେ ଶାନ୍ତି ଶୃଙ୍ଖଳାର ସହ ପରସ୍ପରଙ୍କୁ ରଙ୍ଗ ବୋଳି ଖୁସିରେ ପାଳନ କରିଥିବା ଦେଖାଇବାକୁ ମିଳିଥିଲା l ବସ୍ତି ବାସିନ୍ଦାର ସଭାନେତ୍ରୀ ଶାନ୍ତି ଲତା କହଁର, ଓ ସମ୍ପାଦକ ଶିବାଜି ଜେନା, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ lଏପରିକି ବିଭିନ୍ନ ରାଜନୈତିକ ଦଳର କର୍ମୀ ମାନେ ଦଳ ଦଳ ହୋଇ ରେ ୱାର୍ଡ଼ର ରହୁଥିବା ସମସ୍ତ ଜନସାଧାରଣଙ୍କୁ ୨୦୨୪ର ହୋଲି ଅବସରରେ ପରସ୍ପରକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିଲେ l ସବୁ ବର୍ଷ ଠାରୁ ଚଳିତ ବର୍ଷ ହୋଲି ପର୍ବ ନିଆରା ଢଙ୍ଗରେ ପାଳିତ ହେବା ସଙ୍ଗେ ସଙ୍ଗେ ଭାଇଚାରା ଭାବ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ପେଟ୍ରୋଲିଂ କରାଯାଉଥିଲା l ଫଳରେ ଶାନ୍ତି ଶୃଙ୍ଖଳାର ସହ ହୋଲି ପର୍ବ ଶେଷ ହୋଇଥିଲା l

nis-ad
Leave A Reply

Your email address will not be published.