ବ୍ରହ୍ମପୁର: ୨୪-୩ ବ୍ରହ୍ମପୁର ନିକଟରେ ଥିବା ନିମଖଣ୍ଡି ଟାଟା ପାୱାର ରେ ଖାଉଟିଙ୍କ ହାରି ଗୁହାରି ଶୁଣିବାକୁ କିଏ ନାହିଁ। ସେଠାରେ ଥିବା କନିଷ୍ଟ ଯନ୍ତ୍ରୀଙ୍କ “ତାନାସାହି ” ଯୋଗୁଁ ଲୋକେ ଅତିଷ୍ଟ ହୋଇଥିବା ଚର୍ଚ୍ଚା ହେଲାଣି। ବାବୁଙ୍କ ଇଚ୍ଛା ରେ ଖାଉଟି ଙ୍କ ବିନା କାରଣ ଓ ବକେୟା ନଥିଲେ ବିଦ୍ୟୁତ ବିଛିନ୍ନ କରାଯାଇଥିବା ଅଭି ଯୋଗ ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ବାବୁଙ୍କ ନିୟନ୍ତ୍ରଣ ରେ ତାଙ୍କ କର୍ମଚାରୀ ମାନେ ନଥିବା ପରି ମନେ ହୁଏ l କିଛି ଖଳ ପ୍ରକୃତି ର କର୍ମଚାରୀ କିଛି ନିର୍ଦ୍ଧିଷ୍ଟ ଗ୍ରାହକ ଙ୍କୁ ହଇରାଣ କରୁଥିବା କୁ ନେଇ ଅଭିଯୋଗ ହେଉଥିବା ସତ୍ୱେ ବି ବାବୁ ନିରବ l ପୁଣି ଟାଟା ପାୱାର ର ବିଚିତ୍ର ନୀତି ବିନା କାରଣ ରେ ବିନା ନୋଟିସ ରେ ବିଦ୍ୟୁତ ବିଛୀର୍ଣ୍ଣ କରିବେ ପୁଣି ଅଭିଯୋଗ କଲେ ବିଦ୍ୟୁତ ସଂଯୋଗ କରିବାକୁ ଟଙ୍କା ମାଗିବା ଅଭିଯୋଗ ହେଉଛି l ଟୋଲଫ୍ରି ନମ୍ବର ଲୋକଙ୍କୁ ଭକୁଆ ବନେଇବା ପାଇଁ ନିର୍ଦିଷ୍ଟ ବୋଲି ଲୋକେ କହୁଛନ୍ତି। ଏପଟେ ଗୁଳ ଗୁଳି ସେପଟେ ବାବୁଙ୍କ ମନମାନି ଯୋଗୁଁ ଲୋକେ ବିନାକାରଣ ରେ ବିଦ୍ୟୁତ କାଟିଦେବ ଯୋଗୁଁ ହଟହଟା ହେଉଥିବା ଅଭିଯୋଗ ହେଉଛି। ଟାଟା ପାୱାର ର ମନମାନି ନା ବାବୁଙ୍କ ମନମାନି ଲୋକେ ବୁଝି ପାରୁନାହାନ୍ତି। ନିମଖଣ୍ଡି ଅଞ୍ଚଳ ରେ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଲାଣି କେଉଁ ମୁହୂର୍ତ୍ତ ରେ ବି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଟାଟା ପାୱାର ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ସେ ଅଞ୍ଚଳ ରେ ଲାଗିଥିବା ସମସ୍ୟା କୁ ସମାଧାନ କରିବାକୁ ଲୋକେ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.