ପଟାପାରିଆରେ କାଳଵୈଶାଖୀର ତାଣ୍ଡଵରୁ ଅଳ୍ପକେ ବର୍ତ୍ତିଲେ କୈଳାସ ଓ ତାଙ୍କ ପରିବାର

ରାଜନଗର : ଅଦିନିଆ କାଳଵୈଶାଖି କୈଳାସଙ୍କ ପରିବାରକୁ ସର୍ବଶ୍ବାନ୍ତ କରିବା ସହ ଅଳ୍ପକେ ଵଡ ଦୁର୍ଘଟଣାରୁ ଵଞ୍ଚାଇ ଦେଲେ । ହଠାତ୍ କିଛି ନଥିଲା ମାଡିଆସିଲା କାଳଵୈଶାଖି ନାଦି ଦେଲା ବର୍ଷା , ମାଡିଆସିଲା ଦ୍ରୁତ ଗତିରେ ଵିଜୁଳି ଓ ଝଡପବନ । ଉଡାଇନେଲା ଆଜବେଷ୍ଟ ଛପର ସହ ଲୁଗାପଟା ଓ ଆସବାବପତ୍ର। ତେଣେ ବିଲରୁ ରବି ଫସଲ ମଧ୍ୟ ନଷ୍ଟ କରି ଦାଣ୍ଡରେ ବେସାହାରା କରିଦେଲା। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ପଟ୍ଟାପାରିଆ ଗ୍ରାମର କୈଳାସ ଦାସଙ୍କ ବାସଗୃହ।

ଗତକାଲି କୈଳାସ ଖାଇସାରି ଘରେ ବସିଥିଲେ ହଠାତ ବିଜୁଳି ପବନ ଵର୍ଷା ମାଡି ଆସିଥିଲା ଆଜବେଷ୍ଟ ଛାତକୁ ଖଣ୍ଡ ବିଖଣ୍ଡିତ କରି କୈଳାସ ଏଵଂ ପରିବାରଙ୍କ ଉପରେ ପଡି ଆହତ କରିଦେଇଥିଲା ।ସେଥିରୁ ଆଘାତ ସହି ନିରୁପାୟ ହୋଇ ନିଜନିଜର ଜୀବନ ବଞ୍ଚାଇ ସମସ୍ତ ଜିନିଷପତ୍ର ଛାଡି ପଡିଶା କୋଠାଘରକୁ ପଳାଇ ଆସିଥିଲେ।ଏମାନଙ୍କ ସମେତ ତପନ ମାଇତି ଓ ଝାଡେଶ୍ଵର ମଣ୍ଡଳଙ୍କ ଘର ମଧ୍ୟ ଏହି କାଳଵୈଶାଖିରେ ନଷ୍ଟ ହୋଇଯାଇଛି। ଖଵର ପାଇ ମେଡିକାଲ ଟିମ୍ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା କରିଥିଲେ। ଅପରପକ୍ଷରେ ତହସିଲଦାରଙ୍କ ଆଦେଶ ପ୍ରକାରେ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପାଲଦେଵାର ଵ୍ୟଵସ୍ଥା କରିବା ସହ କ୍ଷତିହୋଇଥିବା ଘର ଓ ଆସବାବପତ୍ରର ମୂଲ୍ୟ ଆକଳନ କରିଥିଲେ। ଏହି ବିପନ୍ନ ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.