ବ୍ରହ୍ମପୁର : ମଡେଲ ଆଦର୍ଶ ଆଚରଣ ସଂହିତା ସମୟରେ ପୋଲିସର ଭୂମିକାକୁ ନେଇ ପୋଲିସ କର୍ମଚାରୀଙ୍କ ତାଲିମ ଶିବିର ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଥାନା ଅଧିକାରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସାଧାରଣ ନିର୍ବାଚନ ରେ ମଡେଲ ଆଚରଣ ସଂହିତା ସମୟରେ ପୋଲିସର ଭୂମିକା ବିଷୟରେ ବର୍ଣ୍ଣନା କରାଯାଇଥିଲା | ଏନ ବିଡବ୍ଲୁ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଏସପି ଶ୍ରୀ ବିବେକ ନିର୍ଦ୍ଦେଶ ଦେଇଥିଲେ।, ସି ଆର ପିସି ୧୦୭ ଏବଂ ୧୧୦ ରେ ଅଭିଯୁକ୍ତକୁ ଗିରଫ କରିବା ଉପରେ ଅଧିକା ଗୁରୁତ୍ୱ ଦିଆଯିବା କୁ ଏସପି ନିର୍ଦେଶ ଦେଇଛନ୍ତି।ଏଥିସହିତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ସହିତ ସୀମା ସିଲ୍ ଉପରେ ବିଶେଷ ଧ୍ୟାନ ଦିଆଯିବ। ଗୁରୁତ୍ୱପୂର୍ଣ୍ଣ ସୀମା ଅଞ୍ଚଳରେ ସମୁଦାୟ ୬ ଟି ସୀମା ଯାଞ୍ଚ ପୋଷ୍ଟ ଚିହ୍ନଟ ଏବଂ କାର୍ଯ୍ୟକ୍ଷମ ଶୀଘ୍ର କରାଯିବା ସହିତ ନିରନ୍ତର ଯାଞ୍ଚ କରାଯିବ ।| ପୋଲିସ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗୁଡିକ ସକ୍ରିୟ ହୋଇସାରିଛି ଏବଂ ସେମାନେ ସେମାନଙ୍କର କାର୍ଯ୍ୟ କରୁଛନ୍ତି ବୋଲି ଏସପି କହିଛନ୍ତି।| ସମସ୍ତ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ବିଏସ୍ଏଫ୍ ଫୋର୍ସ ଦ୍ୱାରା ଫ୍ଲାଗ୍ ମାର୍ଚ୍ଚ ଜାରିରହିଛି|। ଆସନ୍ତା ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରାଯିବ ସେ ନେଇ ଏସପି ଶ୍ରୀ ବିବେକ ତାଲିମ ଦେଇଥିଲେ।ଏହି ଅବସରରେ ଅତିରିକ୍ତ ଏସପି ଙ୍କ ସମେତ ସମସ୍ତ ଏସ୍ଡିପିଓ ଏବଂ ଥାନା ଅଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post