ଭୁବନେଶ୍ୱରରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ l ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି l ନିକଟରେ ଭାରତ ଦିନିକିଆ ବିଶ୍ୱକପ ପରାଜିତ ହୋଇଥିବା ବେଳେ ଆଗକୁ T20 ବିଶ୍ୱକପ ରହିଛି l ଏହା ଉପରେ କଳିଙ୍ଗ ଟିଭିକୁ ପ୍ରତିକ୍ରିୟାରେ ରବି ଶାସ୍ତ୍ରୀ କହିଛନ୍ତି, ଆଗକୁ ବହୁତ ସମୟ ରହିଛି l

ସେହିପରି ବିରାଟ କୋହଲିଙ୍କୁ T20 ବିଶ୍ଵକପରେ ସାମିଲ କରିଯିବ ନା ନାହିଁ । ଏହା ଉପରେ ରବି ଶାସ୍ତ୍ରୀ କହିଛନ୍ତି, ସେନେଇ ଆଲୋଚନା ଚାଲିଛି । ୨୦୧୭ରୁ ୨୦୨୧ ଯାଏ ସେ ଥିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ତାଙ୍କ କୋଚିଂ ସମୟରେ ଭାରତୀୟ କ୍ରିକେଟ ଟିମ୍ ହୋମ୍ ଗ୍ରାଉଣ୍ଡ ଓ ବିଦେଶରେ ଅନେକ ସିରିଜ ଜିତିଥିଲା ।

Mgm school of sports ସହିତ ravi satri coaching beyond କ୍ରିକେଟ ଏକାଡେମୀ ଚୁକ୍ତିନାମ ସ୍ବାକ୍ଷରିତ ହୋଇଛି । ବର୍ତ୍ତମାନ ଓଡିଶା sports ହବରେ ପରିଣତ ହେଇଥିବା ବେଳେ ଆଜିର ଏହି ଚୁକ୍ତିନାମା ଫଳରେ ବିଶେଷ କରି କ୍ରିକେଟରେ ରାଜ୍ୟରୁ ଅନେକ ପ୍ରତିଭା ସମ୍ପନ ଖେଳାଳି ବାହାରିବେ l ଏହାକୁ ନଜରରେ ରଖି ଭୁବନେଶ୍ୱର ଠାରୁ ୩୦ କିମି ଦୂର କଟକ ସହରରେ mgm school sport ର କ୍ରିକେଟ ଏକାଡେମୀ ରହିଛି । ରାଜ୍ୟ ସରକାରଙ୍କ ସହଯୋଗ ରହିଥିବା ବେଳେ ଓଡ଼ିଶା କ୍ରିକେଟ ଆସୋସିଏସନ ବିଶ୍ୱାସ ରହିଛି ଏହି ଏକାଡେମୀରୁ ଆଗାମୀ ଦିନରେ ପ୍ରତିଭା ସମ୍ପନ୍ନ ଖେଳାଳି ବାହାରିବେ l ଆଇପିଏଲ ଖେଳିବା ସହିତ ଜାତୀୟ ଦଳରେ ଓଡ଼ିଶା ଖେଳାଳି ସାମିଲ ହେବା ସହିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।

nis-ad
Leave A Reply

Your email address will not be published.