ଫୁଲବାଣୀ : ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା, ଭୁବନେଶ୍ଵର ଶତୃଘ୍ନ କର ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ର ସୁପରିଚାଳନା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଥିଲେ। ଗଠନ କରାଯାଇଥିବା ବିଭିନ୍ନ ଟିମ୍ ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ଵର ପାତ୍ର ପାୱାର ପଏଣ୍ଟ ମାଧ୍ୟମରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ର ଅବ୍ୟବହିତ ପୂର୍ବରୁ ଯେଉଁସବୁ ବ୍ୟବସ୍ଥା କରାଯାଇଛି, ଆଗକୁ ଯେଉଁ ସବୁ ବ୍ୟବସ୍ଥା କରାଯିବ ଏବଂ ଜିଲ୍ଲାର ନିର୍ବାଚନ ସମ୍ପର୍କୀତ ସମସ୍ୟା ଉପରେ ଅବଗତ କରାଇଥିଲେ । ଆଲୋଚନା ରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ୫ ଲକ୍ଷ ୬୮ ହଜାର ୯୬୧ ଜଣ ଭୋଟର୍ ଚଳିତ ବର୍ଷ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୭୪ହଜାର ୮୩୮ଜଣ ପରୁଷ, ୨ଲକ୍ଷ ୪ହଜାର ୫୦ଜଣ ମହିଳା ଏବଂ ୭୩ ଜଣ କିନ୍ନର ମତଦାତା ଅଛନ୍ତି । ୧୩-କନ୍ଧମାଳ ସଂସଦୀୟ କ୍ଷେତ୍ର ସମେତ ୨-ବାଲିଗୁଡ଼ା, ୮୩- ଘୁ.ଉଦୟଗିରି ଏବଂ ୮୪-ଫୁଲବାଣୀ ବିଧାନସଭା ନିର୍ବାଚନ ପାଇଁ ମତଦାନ କେନ୍ଦ୍ରମାନଙ୍କରେ ସର୍ବନିମ୍ନ ମୌଳିକ ସୁବିଧାକୁ ସୁନିଶ୍ଚିତ କରାଯାଇଛି। ସେହିପରି, ପୋଷ୍ଟାଲ୍ ବାଲଟ,ଭୋଟ ଗଣତି ପାଇଁ ସ୍ଥିର କରାଯାଇଥିବା ସ୍ଥାନ, ଗଣତି ଟେବୁଲ୍ ସଂଖ୍ୟା, ଜିଲ୍ଲା ନିର୍ବାଚନପରିଚାଳନା ଯୋଜନା,ସ୍ୱିପ ପାଇଁ ନିଆଯିବାକୁଥିବା ପ୍ରମୁଖ କାର୍ଯ୍ୟକ୍ରମ, ଜିଲ୍ଲା ସ୍ତରୀୟ ଏମ୍.ସି.ଏମ୍.ସି. ଗଠନ ଓ କାର୍ଯ୍ୟ ସମ୍ପର୍କରେ ଶ୍ରୀ କର ସଂପୃକ୍ତ ନୋଡାଲ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ।ଉକ୍ତ ସମୀକ୍ଷା ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, କନ୍ଧମାଳ ଉପ-ଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, କନ୍ଧମାଳଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲ୍ଲ୍ଦାର, ଏବଂ ନିର୍ବାଚନ ସହିତ ସଂଶ୍ଳିଷ୍ଟ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.