ଫୁଲବାଣୀ ଓକିଲ ସଂଘର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ…


ଫୁଲବାଣୀ : ଓଡିଶା ଷ୍ଟେଟ ବାର କାଉନ୍ସିଲର ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀ ରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ଦୁଇ ଦିନ ଧରି ୧୧/୩/୨୪ ଓ ୧୨/୩/ ୨୪ ତାରିଖ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ଯ ହୋଇଥିଲା l ଆଜି ସର୍ବ ପ୍ରଥମେ ନିରୋଦ କୁମାର ପାତ୍ର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ l ପରେ ପରେ ଅନ୍ୟ ମାନେ ଯଥା ଉପସଭାପତି ପଦ ପାଇଁ ହର ପ୍ରସାଦ ସାମନ୍ତ କରିଥିବା ବେଳେ ସାଧାରଣ ସମ୍ପାଦକ ଭାବେ କୁଞ୍ଜ ବିହାରୀ ଶତପଥୀ, ସହସମ୍ପାଦକ ପଦବୀ ନିମନ୍ତେ ଦୀପକ କୁମାର ପଣ୍ଡା, ଓ ସୁଶାନ୍ତ କୁମାର ସାହୁ, ପାଠାଗାର ସମ୍ପାଦକ ଭାବେ ମୋହନ କୁମାର ପଣ୍ଡା, କୋଷାଧ୍ଯକ୍ଷ ଭାବେ ଅସ୍ମିତା କୁମାରୀ ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରତାପ କୁମାର ପାତ୍ର, ଅଜୟ କୁମାର ସିଂ, ଗୌରୀ ଶଙ୍କର ବେହେରା, ଦିଲ୍ଲୀପ କୁମାର ବାନାର୍ଜୀ, ବୀଣା ପାଣି ପ୍ରଧାନ, ବିରେନ୍ଦ୍ର କୁମାର ସୁବୁଦ୍ଧି, ବିଶ୍ଵଜିତ ପଟ୍ଟନାୟକ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଆସନ୍ତା ୧୫/୩/୨୪ ନାମାଙ୍କନ ପତ୍ର ଯାଞ୍ଚ ୧୬/୩/୨୪ ନାମାଙ୍କନ ପତ୍ର ପ୍ରତ୍ଯାହାର ୧୮/୩/ ୨୪ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମ ଘୋଷଣା l ଆସନ୍ତା ୩୦/୩/୨୪ ସକାଳ ୮ ଟାରୁ ଅପରାହ୍ନ ୩ ଟା ଭୋଟିଂ ସହ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ କହିଛନ୍ତି l

nis-ad
Leave A Reply

Your email address will not be published.