୧୫୬ ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା, ଉପହାରରେ ଦେଲେ ବାଇକ

ଛତରପୁର: ୧୫୬ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା | ଉପହାରରେ ଦେଲେ ବାଇକ | ଗରିବ ପରିବାରର ୧୫୬ଜଣ ମହିଳାଙ୍କ ବିବାହ ଶୁକ୍ରବାର ଦିନ ଛତରପୁର ଜିଲ୍ଲାର ବାଗେଶ୍ୱର ଧାମରେ ​​ଶେଷ ହୋଇଥିଲା। ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯେତେବେଳେ ବିବାହ ଶେଷ ହୋଇ ବିଦାୟ ସମୟ ଆସିଲା, ସେତେବେଳେ ନବବିବାହିତାମାନେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଧରି କାନ୍ଦିବାକୁ ଲାଗିଥିଲେ। ବଡ଼ ଭାଇଙ୍କ ପରି ବାଗେଶ୍ଵର ବାବା ମଧ୍ୟ ବରକନ୍ୟାମାନଙ୍କୁ ଆଶୀର୍ବାଦ ଦେଇଥିବା ଦେଖାଯାଇଥିଲା।
ଏହି ବିଶାଳ କାର୍ଯ୍ୟକ୍ରମ ବର ଏବଂ କନ୍ୟାଙ୍କ ସ୍ୱାଗତ ସହିତ ଆରମ୍ଭ ହୋଇଥିଲା | ବାଗେଶ୍ୱର ଧାମର ମହାରାଜା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜେ ବରକନ୍ୟାଙ୍କୁ ଢୋଲ ଓ ବାଜା ବଜାଇ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ମଞ୍ଚକୁ ଆଣିଥିଲେ। ମଞ୍ଚରେ ବରମାଲା ହେବା ପରେ ବରକନ୍ୟା ମଞ୍ଚ ତଳକୁ ଆସି ବେଦିରେ ବସିଥିଲେ | ବିବାହ ଶେଷ ହେବା ପରେ ସମସ୍ତେ ଉପସ୍ଥିତ ଅତିଥିଙ୍କ ଆଶୀର୍ବାଦ ନେଇଥିଲେ ବୋଲି ଜଣାପଡିଛି |
ବିବାହ କରିଥିବା ୧୫୬ ଜଣ ମହିଳାଙ୍କ ବିବାହ ଖର୍ଚ୍ଚ ଉଠାଇବା ସହ ଉପହାରରେ ସେମାନଙ୍କୁ ବାଇକ ଦେଇଥିଲେ ବାଗେଶ୍ଵର ବାବା | ମନ୍ଦିରକୁ ମିଳିଥିବା ଦାନ ଟଙ୍କାରେ ବିବାହ ଖର୍ଚ୍ଚ ଉଠିଥିବା ବାଗେଶ୍ଵର ବାବା କହିଛନ୍ତି | ଆସନ୍ତା ବର୍ଷ ବାଇକ ନଦେଇ ସେହି ଟଙ୍କାରେ ଅଧିକ ଅନାଥ ଓ ଗରିବ ମହିଳାଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ | ଆସନ୍ତା ବର୍ଷ ୨୫୧ଜଣ ମହିଳାଙ୍କ ବିବାହ ହେବ ବୋଲି ଜଣାପଡିଛି |

nis-ad
Leave A Reply

Your email address will not be published.