ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ୍ ମାମଲା : ବ୍ୟବସାୟୀ ତଥା ପରିବହନ ଠିକାଦାର ଅହିଭୂଷଣ ସାହୁଙ୍କ ଘରେ ଇଡି ର ଚଢ଼ାଉ…

ଛତ୍ରପୁର : ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ୍ ମାମଲାରେ ବ୍ୟବସାୟୀ ତଥା ପରିବହନ ଠିକାଦାର ଅହିଭୂଷଣ ସାହୁ ଓରଫ ବାବୁଲି ସାହୁଙ୍କ କାଳିଆବାଲି ବାସଭବନରେ ଇଡି ଚଢ଼ାଉ ହୋଇଛି । ଗୁରୁବାର ସକାଳୁ ଇଡିର ଭୁବନେଶ୍ୱର ଓ ଦିଲ୍ଲୀ ର ୮ ଜଣିଆ ପ୍ରତିନିଧି ଦଳ ଛତ୍ରପୁର ବ୍ଲକ କାଳିଆବାଲି ଛକ ନିକଟ ଆଇଆରଇଏଲ ରାସ୍ତାରେ ଥିବା ବାସଭବନରେ ଦିନତମାମ ଚଢାଉ କରିଛି। ଏନେଇ କୌଣସି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।
ସୂଚନାନୁଯାୟୀ, ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ୍ ମାମଲାରେ ପରିବହନ ଠିକାଦାର ଅହିଭୂଷଣ ସାହୁ ଜମିଜମା ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ୍ ଚଢାଉ କରିଥିବା ବେଳେ ଆଜି ଇଡି ପକ୍ଷରୁ ଦିନ ତମାମ ଚଢ଼ାଉ ଜାରି ରହିଥିଲା l ତେବେ କଣ ଚଢ଼ାଉ କରାଯାଇଛି ଏବଂ ଚଢ଼ାଉ ରେ ଇଡି ପକ୍ଷରୁ କଣ ସବୁ ଯାଞ୍ଚ କରାଯାଇଛି ତାହା ସ୍ପଷ୍ଠ ଭାବେ ଜଣା ପଡ଼ିନଥିବା ବେଳେ ଅର୍ଥ ତତ୍ୱ ଲିଙ୍କ କୁ ଆଧାର କରି ଚଢ଼ାଉ କରାଯାଇଥିବା ସୂଚନା ମିଳୁଛି l

nis-ad
Leave A Reply

Your email address will not be published.