ଜାହାଜରୁ ଭାରତ ପାରମାଣବିକ ସାମଗ୍ରୀ ଜବତ କରିବା ପରେ ପାକିସ୍ତାନର ବିବୃତି

ନୂଆଦିଲ୍ଲୀ: କରାଚୀ ଅଭିମୁଖେ ଯାଉଥିବା ଯେଉଁ ଜାହାଜକୁ ମୁମ୍ବାଇରେ ଭାରତୀୟ ଏଜେନ୍‌ସିମାନେ ଜବତ କରିଛନ୍ତି ତାହା ପାରମାଣବିକ କାର୍ଯ୍ୟକ୍ରମ ପାଇଁ ମେସିନ୍‌ ନୁହେଁ ବ୍ୟାବସାୟିକ ସାମଗ୍ରୀ ନେଇ ଯାଉଥିଲା ବୋଲି ଆଜି ପାକିସ୍ତାନ କହିଛି।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ, ଜବତ କରାଯିବା ସଂକ୍ରାନ୍ତ ରିପୋର୍ଟରେ ପ୍ରକୃତ କଥାକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରାଯାଇଛି।

ସୂଚନାଯୋଗ୍ୟ, ଚୀନ୍‌ରୁ ପାକିସ୍ତାନ ଅଭିମୁଖେ ଯାଉଥିବା ଜାହାଜ ‘ସିଏମ୍‌ଏ ସିଜିଏମ୍‌ ଅଟ୍ଟିଲା’କୁ ଜାନୁଆରି ୨୩ ତାରିଖ ଦିନ ମୁମ୍ବାଇର ନହାୱା ଶେୱା ବନ୍ଦରରେ ଅଟକା ଯାଇଥିଲା। ଶନିବାର ଦିନ ସରକାରୀ ଅଧିକାରୀମାନେ ନିଉଜ୍‌ ଏଜେନ୍‌ସି ‘ପିଟିଆଇ’କୁ କହିଥିଲେ ଯେ, ‘ଡିଆର୍‌ଡିଓ’ର ଏକ ଟିମ୍‌ ଉକ୍ତ ସାମଗ୍ରୀ ସବୁ ପରୀକ୍ଷା କରି ସୁନିଶ୍ଚିତ କଲେ କି, ସେ ସବୁ ପାକିସ୍ତାନର ପାରମାଣବିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବାର ସମ୍ଭାବନା ରହିଛି।

ଏହାକୁ ଅଗ୍ରାହ୍ୟ କରି ପାକିସ୍ତାନ କହିଛି ଯେ, କରାଚୀସ୍ଥିତ ଏକ କମ୍ପାନି ନିମନ୍ତେ ଏହି ଜାହାଜ ଗୋଟାଏ ଲେଦ୍‌ ମେସିନ୍‌ ନେଇ ଯାଉଥିଲା।

ଏହାକୁ ଅପ୍ରାସଙ୍ଗିକ ଜବତ ବୋଲି କହି ପାକିସ୍ତାନ ଆହୁରି ମଧ୍ୟ କହିଛି ଯେ, ସମ୍ପୃକ୍ତ ଘରୋଇ କମ୍ପାନି ଏ ବିଷୟରେ ବୁଝାଶୁଝା କରୁଛି। କିନ୍ତୁ, ଏହା ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ ବୋଲି ପାକିସ୍ତାନ କହିଛି।

nis-ad
Leave A Reply

Your email address will not be published.