ରାମଚଣ୍ଡୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଦର୍ଶକଙ୍କ ଭିଡ଼…

ଛତ୍ରପୁର, ତା. ୩ / ୩ ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୮କିମି ଦୂର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ବିଜେମାନ କରିଥିବା ଯାହାକି, ତ୍ରେତ୍ତୟା ଯୁଗର ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ କର-କମଳରେ ପ୍ରତିଷ୍ଠିତ ମା’ ରାମଚଣ୍ଡିଙ୍କ ମନ୍ଦିରର ନବକଳେବର ଅନୁଷ୍ଠିତ ହେବାର ଏକ ବର୍ଷ ବିତଯାଇଛି, ମା’ ରାମଚଣ୍ଡୀ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ମା’ରାମଚଣ୍ଡୀ ମହୋତ୍ସବ-୨୦୨୪ ଆୟୋଜିତ ହୋଇଆସିଛି । ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖାଦେଇଛି । ନୀଳାଦ୍ରିପୁର ଗ୍ରାମର ଧଡାପାହାଡ ଶିଖରରେ ବିଦ୍ୟମାନ କରିଥିବା ମା’ ରାମଚଣ୍ଡୀଙ୍କ ପୀଠରେ ତିନିଦିନ ଧରି ନାମଯଜ୍ଞ, ଅନ୍ନ-ଯଜ୍ଞ, ଘୃତଯଜ୍ଞ ସାଂଗକୁ ଦୈନିକ ସନ୍ଧ୍ୟାରେ ସାଂସ୍କୃତିକ ସମ୍ଭାର ର ଆୟୋଜନ ହୋଇଆସି ସ୍ଥାନଟି ଆଧ୍ୟାତ୍ମିକ ବାତାବରଣରେ ସ୍ଥାନଟି ମୁଖରୀତ ହୋଇ ଉଠିଛି ।।

nis-ad
Leave A Reply

Your email address will not be published.