ପୁରୁଷୋତ୍ତମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଜମି ମାଫିଆଙ୍କ କବ୍ଜା ରେ..! : ଦୁର୍ନୀତି ରେ ଉବୁଟୁବୁ ବିଭାଗ…


ବ୍ରହ୍ମପୁର: ୨-୩ ପୁରୁଷୋତ୍ତମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ରେ ଜମି ମାଫିଆଙ୍କ ବିନା ନିର୍ଦ୍ଧେଶ ରେ ଫାଇଲ ଗୁଞ୍ଜୁନ ଥିବା ଚର୍ଚ୍ଚା ହେଉଛି। ଲୋକେ ଦୀର୍ଘ ଦିନ ହେଲା ଇସି ଓ ବିଭିନ୍ନ ଦଲିଲ ସମ୍ପର୍କ ରେ ତଥ୍ୟ ମାଗିଲେ ମିଳୁନଥିବା ଅଭିଯୋଗ ହେଉଛି। ଜମି ମାଫିଆ ଙ୍କ ସହଯୋଗ ରେ କୌଣସି ଦଲିଲ ର ତଥ୍ୟ ମାଗିଲେ କିଛି ସମୟ ମଧ୍ୟରେ ମିଳୁଥିବା ଏନେଇ ମୋଟା ଅଙ୍କ ଦେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଏହି କାର୍ଯ୍ୟାଳୟ ର ବାବୁ ଏବେ ଦୁର୍ନୀତି ର ସିଂହାସନ ରେ ବସି ଦଲାଲ ଓ ଜମି ମାଫିଆ ଙ୍କ ସହାୟତା ରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ଜମି ମାଫିଆ ମାନେ ଗୃହ ଥିବା ସ୍ଥାନରେ ଜମି ଥିବା ଦର୍ଶାଇ ରେଜି ଷ୍ଟେସେନ କରୁଥୁବା ମଧ୍ୟ ଅଭିଯୋଗ ହେଉଛି। ଦଲାଲ-ମାଫିଆ- ବାବୁଙ୍କ ଲେଖା ଛିଡ଼ି ଯାଇଥିବା ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି। ଗୃହକୁ ଜମି ପ୍ଲଟ କୁ ଚାଷ ଜମି ଦର୍ଶାଇ ରେଜିଷ୍ଟ୍ରସେନ କରିବା ଫଳରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଥିବା ଚର୍ଚ୍ଚା ହେଉଛି। ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟରେ ଥିଲେ ବି ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ରେ ଉଭୟ କାର୍ଯ୍ୟାଳୟ ରେ ଜମି ମାଫିଆ ପ୍ଲଟ ବ୍ୟବସାୟୀ ଓ ଦଲାଲ ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।ଦଲାଲ ମାଫିଆ ମାନଙ୍କ ଯୋଗୁଁ ଏହି ଦୁଇଟି କାର୍ଯ୍ୟାଳୟ ରେ ଇସି ସାଙ୍ଗକୁ ରିଜିଷ୍ଟେସନ ପରେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ମୋଟା ଅଙ୍କ ଆଦାୟ କରାଯାଉଥିବା ନେଇ ଅଭିଯୋଗ କରିଲେ କୌଣସି ସୁଫଳ ମିଳୁନି ବୋଲି ଚର୍ଚ୍ଚା ହେଉଛି। ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ର ଉପ ନିବନ୍ଧକ କାର୍ଯ୍ୟାଳୟ କୁ ଦୁର୍ନୀତି ନିବାରଣ ବିଭାଗ ର ଛାଇ ପଡ଼ିନଥିବା ଯୋଗୁଁ ଏହି ଭଳି ପରିସ୍ଥିତି ଉପୁଜିଛି ବୋଲି ଚର୍ଚ୍ଚା ହେଉଛି। ସୂଚନା ଥାଉକି ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ବାଣନେଇ ଆର. ଆଇ ସର୍କଲ ର ଗୋଟିଏ ଦୁର୍ନୀତି ନିଃସର୍ତ କୁ ହସ୍ତଗତ ହୋଇଛି ଯାହାକି ଅତି ସଂଘିନ ଭାବରେ ଦୁର୍ନୀତି କରାଯାଇଛି ଯାହାକି ଅନୁସନ୍ଧାନ ସାଫେକ୍ଷ l କେବଳ ଗୋଟିଏ ନୁହଁ ଅନେକ ଜମି ଜମାକୁ କିସମ ବଦଳାଇବା, ବିନା ଅନୁସନ୍ଧାନ ଓ ନକଲି ବା ଜାଲ ଦସ୍ତାବୀଜ ରେ ପଞ୍ଜିକରଣ ମଧ୍ୟ କରାଯାଉଥିବା କୁ ନେଇ ଅଭିଯୋଗ ହେଉଛି l ଉଭୟ ପୁରୁଷୋତ୍ତମପୁର ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟରେ ଏପରି ଅନେକ ଦୁର୍ନୀତି ଦିନକୁ ଦିନ ବଢ଼ି ଚାଲିଛି ତେଣୁ ଦକ୍ଷିଣା ଅଞ୍ଚଳ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବା ଉଚ୍ଚିତ ବୋଲି ସାଧାରଣ ରେ ଦାବି ହେଉଛି l

nis-ad
Leave A Reply

Your email address will not be published.