ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ମାଓ ଦମନ ଅଭିଯାନ ବେଳେ ଏକ ମାଓ ଶିବିରକୁ ଧ୍ଵଂସ କରିବା ସହ ଅନେକ ମାଓ ସମଗେଇ ଜବତ କରିଛନ୍ତି ଯବାନ । ମିଳିଥିବା ସୂଚନା ଅନୁଯାୟୀ, ନାରାୟଣପିଆର ଜିଲ୍ଲାର ବୋମ୍ରା ଗାଁରେ ମାଓ ଦମନ ପାଇଁ ଡିଆରଜି ଯବାନ ମାନେ ସର୍ଚ ଅପରେସନ କରିଥିଲେ । ଏହି ସମୟରେ ବୋମ୍ରା ଗ୍ରାମ ନିକଟ ପାହାଡ ଉପରେ ମାଓବାଦୀ ମାନେ ଲୁଚି ରହିଥିବା ବେଳେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ, ଯାହାର ପାଲଟା ଜବାବ ଦେଇ ଯବାନ ମାନେ ମଧ୍ୟ ଗୁଳି ଚାଳନା କରିବାରୁ ମାଓବାଦୀ ମାନେ ସେଠାରୁ ଛାତ୍ର ଭଙ୍ଗ ଦେଇଥିଲେ । ଏହାପରେ ଯବାନ ମାନେ ସେଠାରେ ସର୍ଚ ଅପରେସନ ବେଳେ ଏକ ମାଓ ଶିବିରକୁ ଧ୍ଵଂସ କରିବା ସହ ସେଠାରୁ ମାଓ ପୋଷ୍ଟର, କୋଡେକ୍ସ ତାର, ବୋମା ତିଆରି ସରଞ୍ଜାମ ଓ ନିତ୍ୟ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.